Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଯକ୍ଷ୍ମା ରୋଗୀ ଚିହ୍ନଟ
ଆଜିର ଖବର

ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଯକ୍ଷ୍ମା ରୋଗୀ ଚିହ୍ନଟ

March 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ। ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଚିହ୍ନଟ ହୋଇଥିବା ୫୨୧ ଜଣ ଯକ୍ଷ୍ମା ରୋଗୀଙ୍କ ତୁଳନାରେ ୧୫୩ ଅଧିକ। ସେହିପରି ଏମ୍‌ସରେ ମାସିକ ପ୍ରାୟ ୬୦ ନୁଆ ଟିବି ରୋଗୀ ଚିହ୍ନଟ ହେଉଥିବା ପ୍ରକାଶ। ଗତକାଲି ଏମ୍‌ସ ଭୁବନେଶ୍ୱରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ଅବସରରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ ବିଶେଷଜ୍ଞମଣ୍ଡଳୀ।

ଏହି କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଯୋଗଦେବା ସହିତ ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଯକ୍ଷ୍ମାର ମାରାତ୍ମକତାକୁ ହ୍ରାସ କରିପାରିବ ବୋଲି ମତଦେଇଥିଲେ। ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଯକ୍ଷ୍ମା ରୋଗୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି। ସେହିପରି ନି-କ୍ଷୟ ପୋଷଣ ଯୋଜନାରେ ପ୍ରତି ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା ଚାଲିଥିବା ପର୍ଯ୍ୟନ୍ତ ମାସିକ ୫ଶହ ଟଙ୍କା ପ୍ରଦାନ କରାଯାଉଛି। ଯକ୍ଷ୍ମା ନିରାକରଣ ସଂଗ୍ରାମରେ ଏମ୍‌ଡିଆର ଟିବି ଏକ ଆହ୍ବାନ ଭାବେ ଉଭାହୋଇଛି। ପ୍ରାୟ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଦ୍ବାରା ପ୍ରକାଶିତ ରିପୋର୍ଟରେ ଟିବି ଏବଂ ଡ୍ରଗ୍ ପ୍ରତିରୋଧକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବା ଉଲ୍ଲେଖ ରହିଥିବା ପ୍ରକାଶ କରିଥିଲେ ଡ. ବିଶ୍ବାସ। ଫୁସଫୁସ୍‌ ଯକ୍ଷ୍ମାକୁ ବାଦ୍‌ ଦେଇ ହେଉଥିବା ଟିବି ଏହି ରୋଗ ପରିଚାଳନା ଏବଂ ନିୟନ୍ତ୍ରଣରେ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ ପାଲଟିଥିବା ଡ. ବିଶ୍ବାସ କହିଥିଲେ।

ଏହି ଅବସରରେ ପଲ୍‌ମୋନାରୀ ମେଡିସିନ୍‌ ବିଭାଗ ମୁଖ୍ୟ ତଥା ଡିନ୍‌ ଡ. ପି ଆର ମହାପାତ୍ର ଯୋଗଦେଇ ସମଗ୍ର ବିଶ୍ବରେ ଯକ୍ଷ୍ମା ସର୍ବୋଚ୍ଚ ସଂକ୍ରାମକ ରୋଗ ଭାବେ ଅପଖ୍ୟାତି ଅର୍ଜନ କରିଥିବା ସୂଚନା ଦେଇଥିଲେ। ଏହି ମାରାତ୍ମକ ରୋଗ କାରଣରୁ ବର୍ଷକୁ ପ୍ରାୟ ୧.୬ ନିୟୁତ ଲୋକ ମୃତ୍ୟୁବରଣ କରିବା ସହିତ ଆହୁରି ଅନେକଙ୍କୁ ସଂକ୍ରମିତ କରିଥାଏ। ଯାହାକି ପରିବାର ଏବଂ ଗୋଷ୍ଠୀ ଉପରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରଭାବ ପକାଇଥାଏ। କୋଭିଡ୍‌ ମହାମାରୀ ସହିତ ଯୁଦ୍ଧ ବିବାଦ, ଖାଦ୍ୟ ନିରାପତ୍ତା, ଜଳବାୟୁ ପରିବର୍ତ୍ତନ, ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଭଳି ସଙ୍କଟ ଯକ୍ଷ୍ମା ବିରୋଧରେ ଚାଲିଥିବା ଲଢ଼େଇକୁ ପଶ୍ଚାତଗାମୀ କରିଥିବା ଡ. ମହାପାତ୍ର ସୂଚନା ଦେଇଥିଲେ।

ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ବୈଜୟନ୍ତୀମାଳା ମିଶ୍ର ଏମ୍‌ସରେ ଟିବି ଚିହ୍ନଟ ପାଇଁ ମାଗଣାରେ ସିବିନାଟ୍‌ ଏବଂ ଟ୍ରୁନାଟ୍‌ ପରୀକ୍ଷା କରାଯାଉଥିବା ବିଷୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ବି ବି ମିଶ୍ର, ବରିଷ୍ଠ ଅଧ୍ୟାପକ/ଅଧ୍ୟାପିକା, ଛାତ୍ର ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏମ୍‌ସ ଡଟ୍‌ସ କେନ୍ଦ୍ର ମେଡିକାଲ୍ ଅଫିସର୍‌ ଡ. ସାରଦା ପ୍ରସନ୍ନ ମିଶ୍ର, ଅର୍ପଣ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଏଥିସହିତ ଏମ୍‌ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ମଧ୍ୟ ଯକ୍ଷ୍ମା ଦୂରୀକରଣ ପାଇଁ ରାଜଧାନୀର ନୟାପଲ୍ଲୀ ବେହେରା ବସ୍ତି (ୱାର୍ଡ ନଂ-୨୫) ରେ ଏକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଡ. ବିନୋଦ କୁମାର ବେହେରା ଏବଂ ଡ. ପ୍ରଜ୍ଞା ପାରମିତା ଗିରି ଏହି କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗର ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରାୟ ଏବଂ ଆଶା କର୍ମୀ ରଶ୍ମିତା ପୃଷ୍ଟିଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମା ମଙ୍ଗଳା ଏବଂ ଓମ୍ ଶାନ୍ତି ମହିଳା ଆରୋଗ୍ୟ ସମିତିର ସଦସ୍ୟାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ଟିବି ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଟିବି ଚାମ୍ପିଅନ୍ ପ୍ରମୋଦ ନାୟକ ନିଜର ଜୀବନ କାହାଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଯକ୍ଷ୍ମାରେ ପିଡ଼ୀତ ହେବା ପରେ ସେ କିପରି        ବିଭିନ୍ନ ସାମାଜିକ ତାଡ଼ନାର ଶିକାର ହୋଇଥିଲେ ସେସମ୍ପର୍କରେ ବର୍ଣ୍ଣନା କରିଥିଲେ ପ୍ରମୋଦ। ତେବେ ଉପଯୁକ୍ତ ଚିକିତ୍ସା ପରେ ଯକ୍ଷ୍ମାରୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହିତ ଏକ ସାଧାରଣ ଜୀବନ ଅତିବାହିତ କରୁଥିବା ପ୍ରକାଶ କରିଥିଲେ।

ଏମ୍ସ ବିଶ୍ୱ ଯକ୍ଷ୍ମା ଦିବସ ଭୁବନେଶ୍ୱର ଯକ୍ଷ୍ମା ରୋଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.