Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ଉନ୍ମୋଚିତ ହେଲା “ବାଲୁଗାଁ ବାଲ୍ମୀକି”
ଆଜିର ଖବର

ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି: ଉନ୍ମୋଚିତ ହେଲା “ବାଲୁଗାଁ ବାଲ୍ମୀକି”

March 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ କାଳଜୟୀ ଜଣାଣ “ମୁଁ ଆସିଛି ଦେଖି ତୋ କଳା ବଦନ କୁ” ର ରଚୟିତା, ଓଡ଼ିଶାର ପ୍ରଖ୍ୟାତ କବି, ଗାଳ୍ପିକ, ନାଟ୍ୟକାର, ଔପନ୍ୟାସିକ ତପନ ପଟ୍ଟନାୟକଙ୍କ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମମାଟି ବାଲୁଗାଁର ନୀଳାମ୍ବୁ ଚିଲିକା ତଟବର୍ତ୍ତୀ ସାମନ୍ତରାପୁରଠାରେ ଅଶ୍ରୁଳ ଭାବାବେଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ଗାଳ୍ପିକ ଡଃ କୈଳାସ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିବେଶରେ ପୂର୍ବତନ ସାଂସଦ କବି ଡଃ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ସାହିତ୍ୟିକ ଡଃ ଦେବେନ୍ଦ୍ରନାଥ ମାନସିଂ, ପୂର୍ବତନ ବିଧାୟକ ରଘୁନାଥ ସାହୁ, କବି ଅଜିତ୍‌ ଦାସମହାପାତ୍ର, କବି ଡଃ କମଳ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ମହାନ୍ତି, କବି ତାରକ ମହାନ୍ତି, କବି ପୁରୁଷୋତ୍ତମ ମହାପାତ୍ର, କବି ବାଳମୁକୁନ୍ଦ ଦାସ, କବି ଅଞ୍ଜଳି ତ୍ରିପାଠୀ, କବି ଅମ୍ବିକା ପ୍ରସାଦ ସାମନ୍ତରାୟ, କବି ଦିଗାମ୍ବର ବିଶ୍ଵାଳ, ନାଟ୍ୟକାର ଭିକାରୀଚରଣ ପ୍ରଧାନ, ବିଭୂତି ଭୂଷଣ ସାମନ୍ତରାୟ, ମୂରଲୀଧର ସାମନ୍ତସିଂହାର, ରମେଶ ଚନ୍ଦ୍ର ମହାପାତ୍ର, ନିରଞ୍ଜନ କର, ରବି ମାନସିଂ, ପ୍ରିୟଦର୍ଶିନୀ ମହାରଣା, ଗୋପାଳ ମହାପାତ୍ର ପ୍ରମୁଖ ଓଡିଶାର ବହୁ ପ୍ରଖ୍ୟାତ ସାହିତ୍ୟିକ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ରୋମ ନ୍ଥନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଙ୍କ କାଳଜୟୀ ସାରସ୍ଵତ ସୃଷ୍ଟି କାଳେ କାଳେ ଓଡ଼ିଶାର ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପ୍ରତି ଓଡ଼ିଆ ପାଠକଙ୍କ ହୃଦୟରେ ଚିରକାଳ ଜାଜୁଲ୍ୟମାନ ହେଉଥିବ ବୋଲି ମତ ପ୍ରଦାନ କରି ତାଙ୍କ ଆତ୍ମାର ସଦ୍ ଗତି କାମନା କରିଥିଲେ।

ଏହି ଅବସରରେ ତାଙ୍କ ସ୍କୃତିର ସମ୍ଭାର ସ୍ମରଣିକା “ବାଲୁଗାଁ ବାଲ୍ମୀକି” ଉନ୍ମୋଚିତ ହୋଇଥିଲା। ଭଗ୍ନୀ ବିଶିଷ୍ଟ ଗାୟିକା ଗିରିବାଳା ପଟ୍ଟନାୟକ ଭାବ ବିହ୍ୱଳ କଣ୍ଠରେ ପ୍ରଥମେ ରାମଧୁନ୍‌ଗାନ କରିଥିବା ବେଳେ ଭ୍ରାତା ବିଜନ ପଟ୍ଟନାୟକ ଓ ପୁତ୍ର ସମ୍ବିତ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ। ଶେଷରେ ତାଙ୍କ ମାନସ ସନ୍ତାନ ଚିଲିକା ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ତପନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025
Latest News

ଦ୍ୱିତୀୟ ଟେଷ୍ଟରେ ଖେଳିବେ ନାହିଁ ଗିଲ ଏବଂ କୁଲଦୀପ?: ଜାଣନ୍ତୁ ଗୌହାଟିରେ ଭାରତର ପ୍ଲେଇଂ ଇଲେଭେନ

November 18, 2025

ବିହାର ନିର୍ବାଚନରେ ୩୧ଟି ଆସନରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ: ଫଳାଫଳ ଥିଲା ଆଶ୍ଚର୍ଯ୍ୟଜନକ

November 18, 2025

ଖୋର୍ଦ୍ଧା ରୋଡ ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ ଚଳାଚଳ ବାତିଲ

November 18, 2025

ଚିଲିକାରୁ ୪୪ ମୃତ ବିଦେଶୀ ପକ୍ଷୀ ଜବତ: ଦୁଇ ଶିକାରୀ ଗିରଫ

November 18, 2025

ଶେଖ ହସିନାଙ୍କ ଫାଶୀଦଣ୍ଡର ପ୍ରଭାବ?: ଭାରତ-ବାଂଲାଦେଶ ସିରିଜ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ବିସିସିଆଇ 

November 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.