ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ। ଆସନ୍ତାକାଲି ୨୯ ତାରିଖରୁ ଏହି ନୂଆ ପଶ୍ଚିମାଝଡର ପ୍ରଭାବ ଆରମ୍ଭ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି। ଏହା ୩୦ ତାରିଖରୁ ପ୍ରଭାବ ପକାଇବ ଏବଂ ୩୧ ତାରିଖରେ ସର୍ବାଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି।
ଏହାଦ୍ବାରା ଝଡ଼-ପବନ, ଭାରି ବର୍ଷା ହେବ। ବର୍ଷାର ପରିମାଣ ପ୍ରାୟ ୭ ରୁ ୧୧ ସେମି ରହିବ। ଏଥିସହ ବିଜୁଳି ଘଡଘଡି ମଧ୍ୟ ଲାଗିରହିବ। ଆସନ୍ତା ଅପ୍ରେଲ ୧ ତାରିଖରେ ଝଡ଼-ପବନ ସହ ବିଜୁଳି ଘଡଘଡି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ କହିଛି।
Tags: ପଶ୍ଚିମାଝଡ