Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇପିଏଫ୍ ସଦସ୍ୟମାନଙ୍କ ଖାତାରେ ବାଷିକ ୮.୧୫ ପ୍ରତିଶତ ସୁଧ ଜମା କରିବାକୁ ସୁପାରିସ
ଆଜିର ଖବର

ଇପିଏଫ୍ ସଦସ୍ୟମାନଙ୍କ ଖାତାରେ ବାଷିକ ୮.୧୫ ପ୍ରତିଶତ ସୁଧ ଜମା କରିବାକୁ ସୁପାରିସ

March 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇପିଏଫ୍ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ର ୨୩୩ ତମ ବୈଠକ ଆଜି (୨୮-୦୩-୨୦୨୩) କେନ୍ଦ୍ର ଶ୍ରମ ଓ ନିୟୋଜନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉପାଧ୍ୟକ୍ଷ ତଥା କେନ୍ଦ୍ର ଶ୍ରମ, ନିୟୋଜନ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି, ସହ ଉପାଧ୍ୟକ୍ଷ ତଥା ଶ୍ରମ ଓ ନିୟୋଜନ ସଚିବ ଆରତୀ ଆହୁଜା, ସଦସ୍ୟ ସଚିବ ନିଲମ ଶାମୀ ରାଓ, କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ବୋର୍ଡ ଇପିଏଫ୍ ସଦସ୍ୟମାନଙ୍କ ଖାତାରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବାଷିକ ୮.୧୫ ପ୍ରତିଶତ ସୁଧ ଜମା କରିବାକୁ ସୁପାରିସ କରିଛନ୍ତି। ସୁଧହାର ନେଇ ସରକାରୀ ବିଜ୍ଞପ୍ତି ଗେଜେଟରେ ପ୍ରକାଶ ପାଇବ ଓ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ ପରେ ଇପିଏଫଓ ହିତାଧିକାରୀ ଖାତାଧାରୀଙ୍କ ଖାତାରେ ସୁଧହାର ବାବଦ ଅର୍ଥ ଜମା କରିବେ।

ସିବିଟି ବଳକା ଓ ବୃଦ୍ଧି ପାଇଥିବା ଅର୍ଥର ସନ୍ତୁଳନ ରକ୍ଷା ସହ ସୁରକ୍ଷା ନେଇ ମଧ୍ୟ ସୁପାରିସ କରିଛି। ସୁପାରିସ କରାଯାଇଥିବା ଶତକଡ଼ା ୮.୧୫ ଭାଗ ସୁଧହାର ସଦସ୍ୟମାନଙ୍କ ବଳକା ଓ ଗ୍ୟାରେଣ୍ଟିଯୁକ୍ତ ବୃଦ୍ଧି ହୋଇଥିବା ଆୟକୁ ସୁରକ୍ଷିତ ରଖିବ। ବାସ୍ତବିକ ଶତକଡ଼ା ୮.୧୫ ସୁଧହାର ଓ ବଳକା ୬୬୩.୯୧ କୋଟି ଟଙ୍କା ଗତ ବର୍ଷର ମୋଟ ଅର୍ଥ ତୁଳନାରେ ମଧ୍ୟ ଅଧିକ।

ବୋର୍ଡର ସୁପାରିସ ମଧ୍ୟରେ ସଦସ୍ୟମାନଙ୍କ ଖାତାରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ବଣ୍ଟାହେବ ଓ ତାହା ମୂଳଧନ ବାବଦ ଅର୍ଥ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ସହିତ ରହିବ। ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୭୭,୪୨୪.୮୪ କୋଟି ଓ ୯.୫୬ ଲକ୍ଷ କୋଟି ଟଙ୍କା ଥିଲା।

ସୁପାରିସ କରାଇଥିବା ମୋଟ ଆୟର ଆବଣ୍ଟନ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଜଣାପଡ଼ିଛି । ଗତ ଆର୍ଥିକ ବର୍ଷ ୨୦୨୧-୨୨ ତୁଳନାରେ ଆୟ ଅର୍ଥ ଓ ମୂଳଧନ ଯଥାକ୍ରମେ ଶତକଡ଼ା ୧୬ ପ୍ରତିଶତ ଓ ୧୫ ପ୍ରତିଶତ ଜଣାପଡ଼ିଛି।

ଇପିଏଫଓ ଗତ କେତବେର୍ଷ ଧରି ବିଭିନ୍ନ ଆର୍ଥିକ ଚକ୍ର ଜରିଆରେ ନଗଣ୍ୟ କ୍ରେଡିଟ ରିସ୍କ ନେଇ ଏହାର ସଦସ୍ୟମାନଙ୍କୁ ଅଧିକ ଆୟ ବଣ୍ଟନ କରିଆସୁଛି। କ୍ରେଡିଟ ପ୍ରୋଫାଇଲ ନିବେଶ ଦୃଷ୍ଟିରୁ ବିଚାର କଲେ ଇପିଏଫଓ ସୁଧ ହାର ହିତାଧିକାରୀଙ୍କ ଅନ୍ୟାନ୍ୟ ନିବେଶ ମାଧ୍ୟମଗୁଡ଼ିକ ତୁଳନାରେ ମଧ୍ୟ ଅଧିକ। ଇପିଏଫଓ ନିରବଚ୍ଛିନ୍ନ ଭାବେ ଏକ ଦୂରଦର୍ଶୀ ଓ ସନ୍ତୁଳିତ ମନୋଭାବ ନିବେଶ ନୀତି ରଖି ମୂଳଧନର ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବା ସହ ସତର୍କତା ଓ ଅଭିବୃଦ୍ଧି ଉପରେ ମଧ୍ୟ ନଜର ରଖି ଆସୁଛି।

ଇପିଏଫଓ ହେଉଛି ଅନ୍ୟ ଏକ ବୃହତ୍ତମ ସାମାଜିକ ସୁରକ୍ଷା ସଂଗଠନ ଯାହା ନିଜର ଲକ୍ଷ୍ୟ ପ୍ରତି ସବୁବେଳେ ଏକନିଷ୍ଠ ରହି ପୁଞ୍ଜିବାଦର ଓ ଅଂଶଧନ ବଜାରର ଭୟଙ୍କର ମାନ୍ଦାବସ୍ଥା ସତ୍ତ୍ୱେ ମଧ୍ୟ ନିଜର ହିତାଧିକାରୀ ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ମୁତାବକ ସୁଧ ପ୍ରଦାନ କରିଆସିଛି। ଇପିଏଫଓ ଦେଇଥିବା ଏହାର ଉଭୟ ରକ୍ଷଣଶୀଳ ପ୍ରଗତିଶୀଳ ନିବେଶକାରୀ ମନୋଭାବ ଯୋଗୁ ଭବିଷ୍ୟନିଧି ପାଣ୍ଠି ଧାରକଙ୍କ ନିମନ୍ତେ ଏକ ବୁଦ୍ଧିମାନ ମାଧ୍ୟମ ହୋଇ ରହିଛି।

ଇପିଏଫ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ଜାନୁୟାରୀ ୧୧ ତାରିଖ ରବିବାରରେ ଆଠ ରାଶି ପାଇଁ ରହିଛି ଚମତ୍କାର ଖବର

January 11, 2026

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026
Latest News

ରାଶିଫଳ: ଆଜି ଜାନୁୟାରୀ ୧୧ ତାରିଖ ରବିବାରରେ ଆଠ ରାଶି ପାଇଁ ରହିଛି ଚମତ୍କାର ଖବର

January 11, 2026

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.