ବିଜେପି ‘ପ୍ରଡକ୍ଟ ମୋଦି’ର ଭଲ ରୂପେ ମାର୍କେଟିଂ କରିଛି – ଶଶି ଥରୁର୍‌

Published: May 29, 2019, 6:58 pm IST

କଂଗ୍ରେସର ବରିଷ୍ଠ ନେତା ଶଶି ଚଳିତ ଲୋକସଭାରେ କଂଗ୍ରେସର ବିଫଳ ପରାଜୟକୁ ନେଇ ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଚଳିତ ଲୋକସଭା ନିର୍ବାଚନରେ ଲୋକେ ନିଜ ଆର୍ଥିକ ହିତ ପାଇଁ ଭୋଟ ଦେଇନାହାନ୍ତି, ବରଂ ବିଜେପି ପୂର୍ବରୁ ତା’ର ପ୍ରଡକ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ବହୁତ ଅସାଧାରଣ ବ୍ୟକ୍ତିତ୍ବ ଗଢି ବହୁତ ଭଲରେ ମାର୍କେଟିଂ କଲେ। ଯାହାର ଲାଭ ତାଙ୍କୁ ମିଳିଲା। ଥରୁର୍‌ ଏହା ମଧ୍ୟ କହିଛନ୍ତି ଯେ, ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଉତ୍ତର ଭାରତରେ ମତଦାତାଙ୍କ ଭାବନା ଉପରେ ରାଷ୍ଟ୍ରୀୟ ସୁରକ୍ଷାର ପ୍ରଭାବକୁ କଂଗ୍ରେସ ଅଣଦେଖା କଲା, ଯେଉଁଠି ବିଜେପି ନିର୍ବାଚନୀରେ ‘ଖାକି’ ଜନମତ ସଂଗ୍ରହ କରି ବଡ଼ ସଫଳତା ହାସଲ କରିପାରିଲା। ଯଦି କଂଗ୍ରେସ ‘ନ୍ୟାୟ ଯୋଜନା’ (ନ୍ୟୁନତମ ଆୟ ସୁରକ୍ଷା ଯୋଜନା)କୁ ଛ’ ମାସ ପୂର୍ବରୁ ଆଣିଥାନ୍ତା, ତେବେ ବହୁତ ସଂଖ୍ୟାରେ ମତଦାତାଙ୍କ ବିଶ୍ବାସ ପାଇବାରେ ସଫଳ ହୋଇଥାନ୍ତା। ଚଳିତ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନ ଜିତିଛି। ପୂର୍ବ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର୍‌ ତିରୁଅନନ୍ତପୁରମ୍‌ ଆସନରୁ ପ୍ରାୟ ୧ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତି ହ୍ୟାଟ୍ରିକ କରିଛନ୍ତି।

Related posts