Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»10 ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା
ଆଜିର ଖବର

10 ଲକ୍ଷ ରୋଗୀଙ୍କ ସମୟ ସଞ୍ଚୟ କରିଛି ଆଭା ଆଧାରିତ ସ୍କାନ୍ ଆଣ୍ଡ ସେୟାର ସେବା

March 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଏହାର ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ୍) ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟ ସେବା ଯୋଗାଣରେ ପାରଦର୍ଶିତା ଆଣିବା ପାଇଁ ଡିଜିଟାଲ୍ ହସ୍ତକ୍ଷେପକୁ ସକ୍ଷମ କରୁଛି। ଏପରି ଏକ ହସ୍ତକ୍ଷେପ ‘ସ୍କାନ୍ ଆଣ୍ଡ ସେୟାର’, ଯେଉଁଥିରେ ଓପିଡିରେ ରୋଗୀଙ୍କର ତୁରନ୍ତ ପଞ୍ଜୀକରଣ ହୋଇଥାଏ। ଏହି ସେବା ଏହି ପ୍ରକ୍ରିୟାରେ ସାମିଲ୍ ଥିବା ହସ୍ପିଟାଲରେ ଉପଲବ୍ଧ ରହିଛି। ଏହି ସେବାର ବ୍ୟବହାର କରୁଥିବା ରୋଗୀମାନଙ୍କର ସଂଖ୍ୟା ବୃଦ୍ଧି ହୋଇଛି ଏବଂ ନିଜର ପ୍ରାରମ୍ଭିକ ଛଅ ମାସରେ ହିଁ ଏହି ସଂଖ୍ୟା 10 ଲକ୍ଷ ପଞ୍ଜୀକରଣକୁ ଅତିକ୍ରମ କରିଛି। ଏହା ଉଲ୍ଲେଖନୀୟ ଯେ ଗତ ମାସରେ (23 ଫେବୃୟାରୀ, 2023 ସନ୍ଦର୍ଭରେ) ହିଁ ପାଞ୍ଚ ଲକ୍ଷ ରୋଗୀ ପଞ୍ଜୀକରଣ କରାଇଥିଲେ। ସ୍କାନ-ଆଣ୍ଡ-ସେୟାର ସେବାର ପ୍ରଭାବ ଏବଂ ଏହାର ସ୍ବୀକୃତି ଏହି ବିଷୟରେ ପ୍ରମାଣିତ ହୋଇଯାଏ ଯେ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ହେଉଛି।

ସ୍କାନ-ଆଣ୍ଡ-ସେୟାର ସେବା ବିଷୟରେ ଏନଏଚଏ ର ସିଇଓ କହିଛନ୍ତି – ‘‘ଏବିଡିଏମ୍ ର ଲକ୍ଷ୍ୟ ଡିଜିଟାଲ୍ ସମାଧାନର ଉପଯୋଗ ଦ୍ବାରା ନିରନ୍ତର ସ୍ବାସ୍ଥ୍ୟ ଯୋଗାଣ ପ୍ରସ୍ତୁତ କରିବା ଅଟେ। ସ୍କାନ-ଆଣ୍ଡ-ସେୟାର ପଦକ୍ଷେପ ମାଧ୍ୟମରେ ହସ୍ପିଟାଲ୍ ରୋଗୀଙ୍କର ଆଭା (ଏବିଏଚଏ) ପ୍ରୋଫାଇଲ୍ ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ତାଙ୍କର ଡିଜିଟାଲ୍ ପଞ୍ଜୀକରଣ ସେବାର ଉପସ୍ଥାପନ କରୁଛନ୍ତି। ଏହାଦ୍ବାରା ରୋଗୀଙ୍କୁ ତୁରନ୍ତ ପଞ୍ଜୀକରଣ ଟିକେଟ୍ ମିଳି ଯାଇଥାଏ ଏବଂ ତାଙ୍କୁ ଲାଇନରେ ଛିଡ଼ା ହେବା ଏବଂ ସମ୍ପୂର୍ଣ୍ଣ ବିବରଣୀ ଲେଖିବାରୁ ମୁକ୍ତି ମିଳି ଯାଇଥାଏ। ଏହି ସମୟରେ, ପ୍ରତି ଦିନ ହାରାହାରି 25,000 ଓପିଡି ଟୋକନ୍ ପ୍ରଦାନ କରାଯାଉଛି। ଆମର ଉଦ୍ଦେଶ୍ୟ ହେଉଛି ଖୁବ ଶୀଘ୍ର ଏହି ପରିମାଣକୁ ପ୍ରତି ଦିନ ଏକ ଲକ୍ଷ ଟୋକନରୁ ଅଧିକ କରିବା। ଏହା ବ୍ୟତୀତ ଆମେ ରୋଗୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟ ପ୍ରକାର ଯୋଗାଯୋଗ ପାଇଁ ଏହି ପଦକ୍ଷେପକୁ ଆଗକୁ ନେଉଛୁ।

ସ୍କାନ-ଆଣ୍ଡ-ସେୟାର ସେବା କ୍ୟୁଆର କୋଡ୍ ଆଧାରିତ ଅଟେ ଏବଂ ଏହି ସୂଚନା ପ୍ରଦାନ କରିବାର ଏକ ସରଳ ମାଧ୍ୟମ ଉପରେ କାମ କରିଥାଏ। ଭାଗ ନେଉଥିବା ହସ୍ପିଟାଲ୍ ନିଜର ରୋଗୀ ପଞ୍ଜୀକରଣ କାଉଣ୍ଟରରେ ନିଜର ବିଶେଷ କ୍ୟୁଆର କୋଡ୍ ପ୍ରଦର୍ଶିତ କରିଥାନ୍ତି। ରୋଗୀ ସେବା ପାଇଁ ସମର୍ଥିତ ମୋବାଇଲ୍ ଆପ୍ (ବର୍ତ୍ତମାନ କ୍ଷେତ୍ରରେ ଏବିଏଚଏ ଆପ୍, ଆରୋଗ୍ୟ ସେତୁ, ଡ୍ରିଫକେସ୍, ପେଟିଏମ୍, ବଜାଜ୍ ହେଲ୍ଥ ଏବଂ ଏକୋକେୟାରରେ ଉପଲବ୍ଧ) ର ଉପଯୋଗ କରି କ୍ୟୁଆର କୋଡ୍ ସ୍କାନ କରିବା ପାଇଁ ନିଜର ସ୍ମାର୍ଟଫୋନର ବ୍ୟହବାର କରିଥାନ୍ତି। ଏହାପରେ ରୋଗୀ ନିଜର ଆଭା (ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ) ପ୍ରସ୍ତୁତ କରିଥାନ୍ତି ବା ନିଜର ପ୍ରଚଳିତ ଆଭା ଆକଉଣ୍ଟରେ ଲଗଇନ୍ କରିଥାନ୍ତି। ଲଗ୍ ଇନ୍ କରିବା ପରେ ରୋଗୀ କୌଣସି ପ୍ରକାର ଫର୍ମ ପୂରଣ ନକରି ପଞ୍ଜୀକରଣ ପୂରଣ କରିବା ପାଇଁ ପ୍ରତ୍ୟକ୍ଷ ଭାବରେ ହସ୍ପିଟାଲ୍ ସହିତ ନିଜର ଆଭା ପ୍ରୋଫାଇଲ୍ ସେୟାର କରିପାରିବେ। ଏହି କାଗଜମୁକ୍ତ ପଞ୍ଜୀକରଣର ପରିଣାମସ୍ବରୂପ ତତ୍କାଳ ଟୋକନ୍ ପ୍ରସ୍ତୁତ ହୋଇ ଯାଇଥାଏ। ଏହିପରି ଆଭାର ବ୍ୟବହାର କରି ରୋଗୀଙ୍କୁ ଲମ୍ବା ଲାଇନରେ ଆଉ ଛିଡ଼ା ହେବାକୁ ପଡ଼ିବ ନାହିଁ।

ଏହି ସେବା ଲେଡି ହାର୍ଡ଼ିଂ ମେଡିକାଲ୍ କଲେଜ୍ (ଏଲଏଚଏମସି) ଏବଂ ଶ୍ରମୀତୀ ସୁଚେତା କ୍ରିପଲାନୀ ହସ୍ପିଟାଲ୍ (ଏସଏସକେଏଚ୍) ହସ୍ପିଟାଲ୍, ନୂଆ ଦିଲ୍ଲୀରେ 6 ଅକ୍ଟୋବର 2022 ରେ ଆରମ୍ଭ କରାଯାଇଥିଲା। ସେହି ଦିନ ଠାରୁ 443 ଜିଲ୍ଲାରେ 147 ରୁ ଅଧିକ ହସ୍ପିଟାଲ୍ ଏହି ସେବାକୁ ଗ୍ରହଣ କରିଛନ୍ତି ଯେଉଁ କାରଣରୁ ନିୟମିତ ଓପିଡିରେ ପଞ୍ଜୀକରଣ କରାଇବା ପାଇଁ ଲାଇନରେ ଛିଡ଼ା ହେବାର ସମୟ ବଞ୍ଚି ପାରୁଛି। ଏମସ ରାୟପୁର, ଏନଡିଏମସି ଚରକ ପାଲିକା ହସ୍ପିଟାଲ୍ – ନୂଆ ଦିଲ୍ଲୀ, ଏଲଏଚଏମସି ଓ ଏସଏସକେଏଚ୍ – ନୂଆ ଦିଲ୍ଲୀ, ସାର ସି ଭି ରମନ୍ ଜେନେରାଲ୍ ହସ୍ପିଟାଲ୍-ବେଙ୍ଗାଲୁରୁ ଓ ଏଲ ବି ଆର ଜଏଣ୍ଟ ହସ୍ପିଟାଲ୍, କାନପୁର ରୋଡ୍, ଲକ୍ଷ୍ମୌ ଏବିଏଚ୍ଏ ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପଯୋଗ କରି ନିୟମିତ 25,000 ରୁ ଅଧିକ ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ସ୍କାନ-ଆଣ୍ଡ-ସେୟାର ସେବାର କାର୍ଯ୍ୟକାରୀ ସମ୍ବନ୍ଧିତ ଅଧିକ ବିବରଣୀ ଏବିଡିଏମ୍ ପବ୍ଲିକ୍ ଡାସବୋର୍ଡ଼ https://dashboard.abdm.gov.in/abdm/ ରେ ଉପଲବ୍ଧ ରହିଛି।

ଯେଉଁ ହସ୍ପିଟାଲ୍ ଏବଂ ଡିଜିଟାଲ୍ ସମାଧାନ କମ୍ପାନୀ ସ୍ବାସ୍ଥ୍ୟ ସୁବିଧାକୁ ନିଜର ପ୍ରଯୁକ୍ତି ପ୍ରଦାନ କରୁଛନ୍ତି, ତାଙ୍କ ଦ୍ବାରା ସ୍କାନ-ଆଣ୍ଡ-ସେୟାର ସେବାକୁ ଗ୍ରହଣ କରିବାର ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଏବିଡିଏମ୍ ଡିଜିଟାଲ୍ ହେଲ୍ଥ ଇନ୍ସେନଟିଭ୍ ସ୍କିମ୍ (ଡିଏଚଆଇଏସ୍) ଅନ୍ତର୍ଗତ ସ୍କାନ-ଆଣ୍ଡ-ସେୟାର ଟ୍ରାନ୍ଜାକ୍ସନକୁ ମଧ୍ୟ ସାମିଲ୍ କରିଛନ୍ତି। ଆଭା ଆଧାରିତ ସ୍କାନ-ଆଣ୍ଡ-ସେୟାର ସେବାର ଉପସ୍ଥାପନା କରୁଥିବା ସ୍ବାସ୍ଥ୍ୟ ସୁବିଧାକୁ ଆଭା ଆଧାରିତ ଡିଜିଟାଲ୍ ସ୍ବାସ୍ଥ୍ୟ ଟ୍ରାନ୍ଜାକ୍ସନ ସଂଖ୍ୟାର ଆଧାରରେ ଡିଏଚଆଇଏସ୍ ଅନ୍ତର୍ଗତ ଚାରି କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରିବାର ସୁଯୋଗ ମିଳୁଛି।

ଆଭା ଆୟୁଷ୍ମାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026
Latest News

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.