ଚଳିତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମ୍ସିକୁ ଧକ୍କା ଲାଗିଥିବାବେଳେ ଟିଏମ୍ସିର କିଛି ନେତା ତଥା ବିଧାୟକ ବିଜେପିରେ ମିଶି ଦିଦିଙ୍କ ଚିନ୍ତାକୁ ଆହୁରି ବଢାଇ ଦେଉଛନ୍ତି। ପଶ୍ଚିମବଙ୍ଗର କ୍ଷମତାଧାରୀ ପାର୍ଟି ତୃଣମୂଳ କଂଗ୍ରେସକୁ ପୁଣି ଥରେ ଝଟକା ଲାଗିଛି। ଟିଏମସିର ବିଧାୟକ ମୁନିରୁଲ ଇସଲାମ ବୁଧବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଟିଏମସିର ବରିଷ୍ଠ ନେତା ଗଦାଧର ହାଜରା, ମହମ୍ମଦ ଆସିଫ ଇକବାଲ ଓ ନିମାଇଁ ଦାସ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ମଙ୍ଗଳବାର ମଧ୍ୟ ତାଙ୍କ ପାର୍ଟିର ଦୁଇ ବିଧାୟକ ସହିତ ପାଖାପାଖି ୫୦ରୁ ଉର୍ଦ୍ଧ୍ବ କାଉନସିଲ୍ର ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ଯୋଗ ଦେଇଥିବା ମୁନିରୁଲ ବୀରଭୂମି ଜିଲ୍ଲାର ଲବପୁର ବିଧାନସଭାରୁ ଟିଏମସି ବିଧାୟକ ଅଟନ୍ତି। ତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ କୈଳାଶ ବିଜୟବର୍ଗୀ ଦଳର ସଦସ୍ୟତା ପ୍ରଦାନ କରିଥିଲେ।