Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ ସଫଳତା: ୪୦,୦୦୦ ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ
ଆଜିର ଖବର

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ ସଫଳତା: ୪୦,୦୦୦ ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ

March 31, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ସ୍ୱାଧୀନତାର ୭୫ ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ। ଏହି କାର୍ଯ୍ୟ ଦେଶର ଗ୍ରାମାଞ୍ଚଳରେ ଜଳ ସଙ୍କଟ ଦୂର କରିବା ଉଦ୍ଦେଶ୍ୟରେ କରାଯାଇଛି।

୫୦,୦୦୦ ଅମୃତ ସରୋବର ନିର୍ମାଣର ଏକ ଲକ୍ଷ୍ୟ ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ଶେଷ ହେବାକୁ ସ୍ଥିର ହୋଇଥିଲା। ୧୧ ମାସର ସ୍ୱଳ୍ପ ଅବଧି ମଧ୍ୟରେ, ଏପର୍ଯ୍ୟନ୍ତ ୪୦,୦୦୦ ରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇସାରିଛି, ଯାହା ମୋଟ ଲକ୍ଷ୍ୟର ୮୦% ଅଟେ।
‘ଜନ ଭାଗିଦାରୀ’ ଏହି ମିଶନର ମୂଳ ହୋଇ ରହିଆସିଛି ଏବଂ ସବୁ ସ୍ତରରେ ଲୋକଙ୍କ ଅଂଶଗ୍ରହଣକୁ ଜଡିତ କରିଛି। ପ୍ରତ୍ୟେକ ଅମୃତ ସରୋବର ପାଇଁ ଏପର୍ଯ୍ୟନ୍ତ ୫୪୦୮୮ ଉପଭୋକ୍ତା ଗୋଷ୍ଠୀ ଗଠନ କରାଯାଇଛି। ଏହି ଉପଭୋକ୍ତା ଗୋଷ୍ଠୀଗୁଡ଼ିକ ଅମୃତ ସରୋବରର ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ସବୁ ଦିଗରୁ ଯଥା, ଉପାଦେୟତା ମୂଲ୍ୟାଙ୍କନ, କାର୍ଯ୍ୟ ଆରମ୍ଭ କରିବା ଏବଂ ଏହାର ଉପଯୋଗର ସମ୍ପୂର୍ଣ୍ଣ ପ୍ରକ୍ରିୟା ଇତ୍ୟାଦି ସହିତ ସଂଲଗ୍ନ ରହିବ।

ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ନିର୍ଦ୍ଦିଷ୍ଟ ଅମୃତ ସରୋବର ସ୍ଥଳୀ ଗୁଡିକରେ ଭିତ୍ତିପ୍ରସ୍ତର ସ୍ଥାପନ କରିବା, ୨୬ ଜାନୁଆରୀ ଏବଂ ୧୫ ଅଗଷ୍ଟ ପରି ଗୁରୁତ୍ୱପୂର୍ଣ୍ଣ ତାରିଖରେ ପତାକା ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ବରିଷ୍ଠ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀ ତଥା ସହିଦଙ୍କ ପରିବାର ସଦସ୍ୟ, ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରୁଛନ୍ତି। ଏହି ମିଶନରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭୮୪ ସ୍ୱାଧୀନତା ସଂଗ୍ରାମୀ, ପଞ୍ଚାୟତର ୧୮,୧୭୫ ବୟସ୍କ ସଦସ୍ୟ, ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରର ୪୪୮ ସଦସ୍ୟ, ସହିଦ ପରିବାରର ୬୮୪ ସଦସ୍ୟ ଏବଂ ୫୬ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି।

ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ମିଶନ ଅମୃତ ସରୋବର ଗ୍ରାମାଞ୍ଚଳର ଜୀବିକା ବୃଦ୍ଧି କରୁଛି , କାରଣ ଜଳସେଚନ, ମତ୍ସ୍ୟ ଚାଷ, ବତକ ଚାଷ, ପାଣି ସିଙ୍ଗଡା ଚାଷ ଏବଂ ପଶୁ ପାଳନ ଇତ୍ୟାଦି ବିଭିନ୍ନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ସମ୍ପନ୍ନ ସରୋବର ମାନଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬୬% ଉପଭୋକ୍ତା ସମୂହ କୃଷି, ୨୧% ମତ୍ସ୍ୟ ଚାଷରେ, ୬% ପାଣି ସିଙ୍ଗଡା ଏବଂ ପଦ୍ମ ଚାଷରେ ଜଡିତ ଏବଂ ୭% ଗୋଷ୍ଠୀ ପଶୁପାଳନ ସହିତ ଜଡିତ ଅଛନ୍ତି। ଏହି କାର୍ଯ୍ୟକଳାପ ଗୁଡିକ ବିଭିନ୍ନ ଉପଭୋକ୍ତା ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି, ଯେଉଁଥିରେ ପ୍ରତ୍ୟେକ କୌଣସି ନା କୌଣସି ଅମୃତ ସରୋବର ସହିତ ଜଡିତ।

‘ସମ୍ପୂର୍ଣ୍ଣ ସରକାର’ର ଆଭିମୁଖ୍ୟ ହେଉଛି ଏହି ମିଶନର ପ୍ରାଣ, ଯେଉଁଥିରେ ୬ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ ଯଥା ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଜଳ ଶକ୍ତି ମନ୍ତ୍ରଣାଳୟ, ପଞ୍ଚାୟତି ରାଜ ମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବୈଷୟିକ ସଂଗଠନ ଯଥା ଭାସ୍କରାଚାର୍ଯ୍ୟ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ଆପ୍ଲିକେସନ୍ ଏବଂ ଜିଓ-ଇନଫର୍ମେଟିକ୍ସ (ବିଆଇଏସ୍ଏଜି – ଏନ୍) ଏବଂ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ସହିତ ମିଳିତ ଭାବରେ କାର୍ଯ୍ୟକ୍ଷମ ହେବା।

ଏହି ସଂଯୁକ୍ତ କାର୍ଯ୍ୟପ୍ରଣାଳୀର ମୁଖ୍ୟ ଆକର୍ଷଣ ହେଉଛି ରେଳ ମନ୍ତ୍ରଣାଳୟ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖନନ ହୋଇଥିବା ମୃତ୍ତିକା ଅମୃତ ସରୋବର ସୀମାଙ୍କିତ ସ୍ଥଳ ପରିସରରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ବ୍ୟବହାର କରୁଛନ୍ତି।

ସାର୍ବଜନୀନ ଏବଂ ସିଏସଆର ସଂସ୍ଥା ସମଗ୍ର ଦେଶରେ ଅନେକ ଅମୃତ ସରୋବର ନିର୍ମାଣ/ନବୀକରଣରେ ସହଯୋଗ କରି ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ମିଶନ୍ ଅମୃତ ସରୋବରର ଏହା ମଧ୍ୟ ଲକ୍ଷ୍ୟ ଯେ, ଅମୃତ ସରୋବର ଗୁଣବତ୍ତାପୂର୍ଣ୍ଣ କାର୍ଯ୍ୟନ୍ୱୟନ ଏବଂ ବିକାଶ ଏହି ଭଳି କରାଯିବ ଯେ, ତାହା ସ୍ଥାନୀୟ ସାମୁଦାୟିକ କାର୍ଯ୍ୟକଳାପ ଗୁଡିକର କେନ୍ଦ୍ର ହୋଇ ଯିବ ତଥା ଅମୃତ ସରୋବର କାର୍ଯ୍ୟ ପାଇଁ ବିଭିନ୍ନ ମନ୍ତ୍ରଣାଳୟକୁ ସଂଲଗ୍ନ କରାଯିବ।

ଅମୃତ ସରୋବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026
Latest News

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.