Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେସନାଲ ଲଜିଷ୍ଟିକ ପୋର୍ଟାଲର ସାଗର ସେତୁ ମୋବାଇଲ ଆପ୍‌କୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ନେସନାଲ ଲଜିଷ୍ଟିକ ପୋର୍ଟାଲର ସାଗର ସେତୁ ମୋବାଇଲ ଆପ୍‌କୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ

April 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଶୁକ୍ରବାର ଦିନ ନେସନାଲ ଲଜିଷ୍ଟିକ୍ସ ପୋର୍ଟାଲ (ମରିନ)ର ଆପ୍‌ ଭର୍ସନକୁ ଉନ୍ମୋଚନ କରିଛନ୍ତି। ‘ସାଗର ସେତୁ’ ନାମକ ଏହି ଆପ୍‌ ଉନ୍ମୋଚନ ସମୟରେ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପନ୍ତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଆପ୍‌ରେ ଲଗଇନ ମଡ୍ୟୁଲ, ସର୍ଭିସ କାଟାଲଗ, କମ୍‌ ଆପ୍ଲିକେସନ ଫର୍ମାଟ, ଲେଟର ଅପ୍‌ କ୍ରେଡିଟ୍‌, ବ୍ୟାଙ୍କ ଗ୍ୟାରେଣ୍ଟି, ପ୍ରମାଣପତ୍ର ହାସଲ ଏବଂ ଟ୍ରାକ୍‌ ଓ ଟ୍ରେସ ଭଳି ବିଭିନ୍ନ ସୁବିଧା ରହିଛି। ସାଧାରଣତଃ ରପ୍ତାନିକାରୀ, ଆମଦାନୀକାରୀ ଏବଂ ସୀମାଶୁଳ୍କ ମଧ୍ୟସ୍ଥଙ୍କ ନିକଟରେ ପହଞ୍ଚି ପାରୁନଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରିଅଲଟାଇମ୍‌ ସୂଚନା ଏହି ଆପ୍‌ ଦ୍ୱାରା ମିଳିପାରିବ। ଜାହାଜ ସଂକ୍ରାନ୍ତ ସୂଚନା, ଗେଟ୍‌, କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଏବଂ ଫିଙ୍ଗରଟିପ୍‌ରେ କାରବାର ସମେତ ବିଭିନ୍ନ ସୁବିଧା ଏହି ଆପ୍‌ ଜରିଆରେ ମିଳିପାରିବ। ସାଗର ସେତୁ ଆପ୍‌ ଜରିଆରେ କଣ୍ଟେନର ଫ୍ରିଟ୍‌ ଷ୍ଟେସନ ଶୁଳ୍କ, ଶିପିଂ ଲାଇନ ଶୁଳ୍କ, କାରବାର ଶୁଳ୍କ ଆଦି ରପ୍ତାନି ଓ ଆମଦାନୀ ପ୍ରକ୍ରିୟାର ମଞ୍ଜୁରି ପାଇଁ ଆବଶ୍ୟକ ଅର୍ଥ ନେଣଦେଣ ଡିଜିଟାଲ ମାଧ୍ୟମରେ କରାଯାଇପାରିବ।

ସାଗର ସେତୁ ଆପକୁ ଉନ୍ମୋଚନ କରି ଶ୍ରୀ ସୋନୱାଲ କହିଛନ୍ତି ଯେ, ଏହା ହାତରେ ଥିବା ଏକ ଡିଭାଇସ ଜରିଆରେ ରକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସହଜରେ ଯୋଗାଇ ଦେବ। ମୋବାଇଲ ଆପ୍‌ ଜରିଆରେ ଡେଟା ମୋବିଲିଟୀ ସୁବିଧା ମିଳିବ ଯାହାଦ୍ୱାରା ବନ୍ଦର ଓ ମନ୍ତ୍ରଣାଳୟ ଅଧିକାରୀ ଏବଂ ଅଂଶୀଦାରମାନଙ୍କ ଆଙ୍ଗୁଠି ଟିପରେ ମଞ୍ଜୁରି ଓ ଅନୁଧ୍ୟାନର ସବୁ କାର୍ଯ୍ୟ ନିୟନ୍ତ୍ରିତ ହୋଇପାରିବ।

ବ୍ୟବସାୟୀଙ୍କ ପାଇଁ ଲାଭ

ମଞ୍ଜୁରି ଓ ଅନୁପାଳନ ପାଇଁ କାରବାର ସମୟ ହ୍ରାସ ପାଇବା ସହିତ ସୁବିଧାରେ ସୁଧାର ଆସିବ।

ଅପରେସନ ଓ ଟ୍ରାକିଂକୁ ଭଲ ଭାବେ ଅନୁଧ୍ୟାନ କରିହେବ।

ସେବା ପ୍ରଦାନକାରୀଙ୍କୁ ଲାଭ

ରେକର୍ଡ ଓ କାରବାର ନିରୀକ୍ଷଣ କରିବାରେ ସହାୟତା ମିଳିବ

ସେବା ଅନୁରୋଧର ବିଜ୍ଞପ୍ତି ପାଇବା ସୁବିଧା ମିଳିବ।

ସୂଚନାଯୋଗ୍ୟ ଯେ, ଗୋଟିଏ ସ୍ଥାନରେ ଡିଜିଟାଲ ପ୍ଲାଟଫର୍ମ ସୁବିଧା ଦେବା ଲାଗି ବନ୍ଦର, ଜାହାଜ ଚଳାଚଳ, ଜଳମାର୍ଗ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ୨୦୨୩ରେ ନେସନାଲ ଲଜିଷ୍ଟିକ ପୋର୍ଟାଲ ମରିନ୍‌ ଶୁଭାରମ୍ଭ କରାଯାଇଥିଲା। ଏହାର ମାତ୍ର ୨ ମାସ ମଧ୍ୟରେ ସାଗର ସେତୁ ଆପ୍‌ ଶୁଭାରମ୍ଭ କରାଯିବା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ କାରବାର ସୁଗମ ହେବା ସହିତ ଦେଶର ଅର୍ଥବ୍ୟବସ୍ଥା ସମୃଦ୍ଧ ହେବ।

କେନ୍ଦ୍ର ମନ୍ତ୍ରୀ ମୋବାଇଲ ଆପ୍ ସର୍ବାନନ୍ଦ ସୋନୱାଲ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୬ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026
Latest News

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ରାଶିଫଳ: ଆଜି ଏପ୍ରିଲ ୨୬ ତାରିଖ ଶନିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 25, 2026

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.