Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
ଆଜିର ଖବର

ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ

April 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟର ଉପ- କୁଳପତି ଭାବେ କାର୍ଯ୍ୟରତ ଥିଲେ।

ପ୍ରଫେସର ନନ୍ଦ ୧୯୮୪ ମସିହାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ପୂର୍ବତନ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ (ଅନର୍ସ)ରେ ସ୍ନାତକ ହାସଲ କରିଥିବା ବେଳେ ୧୯୮୯ରେ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ୍‌ସ ଆଣ୍ଡ କମ୍ୟୁନିକେସନ୍‌ରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୯୬ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ଭିଜନ୍‌ରେ ପିଏଚ୍‌ଡି କରିଥିଲେ।

୧୯୮୬ରେ ସେ ଏନ୍‌ଆଇଟି ରାଉରକେଲାରେ ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିବା ବେଳେ ପରବର୍ତୀ କାଳରେ ସେଠାରେ ତାଙ୍କ ବିଭାଗରେ ପ୍ରଫେସର ଏବଂ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୯ରେ ସେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଯୋଗ ଦେଇଥିଲେ। ଏନ୍‌ଆଇଟି ରାଉରକେଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଲାବୋରାଟୋରୀ ଆରମ୍ଭ କରିବା ସହ ସେଂଟର ଅଫ୍ ଏକ୍ସଲେନ୍ସ ଅନ୍ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ରୋବୋଟିକ୍ସର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର ଭାବେ କାର୍ଯ୍ୟ ତୁଲାଇଥିଲେ।

ପ୍ରଫେସର ନନ୍ଦ ଇମେଜ୍ ପ୍ରୋସେସିଂ ଆଣ୍ଡ ଆନାଲିସିସ୍‌, ବାୟୋମେଡିକାଲ୍ ଇମେଜ ଆନାଲିସିସ୍‌, ଭିଡିଓ ଟ୍ରାକିଂ, କମ୍ପ୍ୟୁଟର ଭିଜନ୍‌, ସଫ୍ଟ କମ୍ପ୍ୟୁଟିଂ ଆଣ୍ଡ ଇଟ୍ସ ଆପ୍ଲିକେସନ୍ ଓ ଆଡ-ହକ୍ ୱେୟାରଲେସ୍ ସେନ୍ସର ନେଟୱର୍କ୍ସ କ୍ଷେତ୍ରରେ ଅନେକ ଗବେଷଣା କରିଛନ୍ତି।
ବର୍ତମାନ ସେ ସୋଆର ଇମେଜ୍ ଆଣ୍ଡ ଭିଡିଓ ଆନାଲିସିସ୍ ଲାବୋରାଟୋରୀର ଗବେଷଣା କାର୍ଯ୍ୟର ତତ୍ୱାବଧାନ କରୁଛନ୍ତି।

ପ୍ରଫେସର ନନ୍ଦ ଏନ୍‌ବିଏ ଓ ଡିଆର୍‌ଡିଓ ମନୋନୟନ କମିଟରେ ବିଶେଷଜ୍ଞ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏହାଛଡା ତାଙ୍କର ବିଭିନ୍ନ ଜର୍ନାଲ ଏବଂ କନ୍‌ଫରେନ୍ସ ପ୍ରୋସିଡିଂସରେ ୧୦୩ଟି ସନ୍ଦର୍ଭ ପ୍ରକାଶିତ ହୋଇଥିବା ବେଳେ ଗବେଷଣା ସମ୍ବନ୍ଧୀୟ ସେ ତିନୋଟି ପୁସ୍ତକ ରଚନା କରିଛନ୍ତି। ଶୈକ୍ଷିକ କାର୍ଯ୍ୟକ୍ରମକୁ ନେଇ ସେ ୟୁକେ, ୟୁଏସ୍‌ଏ ଏବଂ ମାଲେସିଆ ପରିଦର୍ଶନ କରିଛନ୍ତି।

ନୂତନ କୁଳପତି ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.