ନୂଆଦିଲ୍ଲୀ: ଯୁବ ସଙ୍ଗମ (ଦ୍ୱିତୀୟ ପର୍ଯ୍ୟାୟ) ପାଇଁ ପଞ୍ଜୀକରଣ ଆଜି ଏକ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଆରମ୍ଭ ହୋଇଥିଲା। ଏହା ଭାରତର ୨୩ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୧୦୦୦ ଯୁବକଙ୍କର ଅଂଶଗ୍ରହଣ କରିବାକୁ ଯୋଜନା କରିଛି।
ଏହି ପଦକ୍ଷେପ ଅନୁଯାୟୀ, ଏପ୍ରିଲ୍ ଏବଂ ମେ ୨୦୨୩ ମାସରେ ଏକ୍ସପୋଜର୍ ଟୁର୍ ଅନୁଷ୍ଠିତ ହେବ। ସେମାନେ ୪୫ ରୁ ୫୦ ଟି ଦଳରେ ଯୋଡା ରାଜ୍ୟକୁ ଯାତ୍ରା କରିବେ।
ଏହା ପର୍ଯ୍ୟଟନ (ଟୁରିଜିମ), ପରମ୍ପରା (ଟ୍ରାଡିସନ), ପ୍ରଗତି (ଡେଭଲପମେଣ୍ଟ), ପ୍ରାଦ୍ୟୋଗିକି (ଟେକ୍ନୋଲୋଜି) ଏବଂ ପରସ୍ପର ସମ୍ପର୍କ (ଲୋକଙ୍କ ସହିତ ଲୋକଙ୍କ ଯୋଗାଯୋଗ) ର ପାଞ୍ଚଟି ବିସ୍ତୃତ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଦିଗଗୁଡିକର ଏକ ସମନ୍ବିତ, ବହୁମୁଖୀ ଅଭିଜ୍ଞତା ପ୍ରଦାନ କରିବ।
ଏହି କାର୍ଯ୍ୟକ୍ରମର ପାଠ୍ୟକ୍ରମରେ ଛାତ୍ରମାନେ ଭାଷା, ସାହିତ୍ୟ, ରୋଷେଇ, ପର୍ବ, ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ପର୍ୟ୍ୟଟନ କ୍ଷେତ୍ରରେ ପରସ୍ପର ସହିତ ଯୋଗାଯୋଗ କରିବେ। ସଂକ୍ଷେପରେ, ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଭୌଗୋଳିକ ଏବଂ ସାଂସ୍କୃତିକ ଦୃଶ୍ୟର ପ୍ରଥମ ଅନୁଭୂତି ପାଇବେ।
୧୮-୩୦ ବର୍ଷ ବୟସର ଆଗ୍ରହୀ ଯୁବକମାନେ https://ebsb.aicte-india.org/ ରେ ସ୍ୱତନ୍ତ୍ର ଭାବରେ ବିକଶିତ ପୋର୍ଟାଲରେ ପଞ୍ଜୀକୃତ କରାଇପାରିବେ।
ଯୁବ ସଙ୍ଗମର ପ୍ରଥମ ରାଉଣ୍ଡ ଫେବୃଆରୀ-ମାର୍ଚ୍ଚ ୨୦୨୩ ମଧ୍ୟରେ ଉତ୍ତର ପୂର୍ବାଞ୍ଚଳ ଉପରେ ପ୍ରମୁଖ ଭାବରେ ଧ୍ୟାନ ଦେଇ ୨୯ ଟି ଯାତ୍ରା ମାଧ୍ୟମରେ ଭାରତର ୨୨ ଟି ରାଜ୍ୟ ପରିଦର୍ଶନ କରୁଥିବା ପ୍ରାୟ ୧୨୦୦ ଯୁବକଙ୍କର ଏକ ବିଶାଳ ଅଂଶଗ୍ରହଣ ସହିତ ସମାପ୍ତ ହୋଇଥିଲା ଯାହାକି ପ୍ରକୃତ ଅର୍ଥରେ ଏକ ଭାରତ ଶ୍ରେଷ୍ଠ ଭାରତ ର ନିଦର୍ଶନ ଅଟେ।
ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଥିବା ‘ଯୁବ ସଙ୍ଗମ’ର ଏକ ପଦକ୍ଷେପ ବିଭିନ୍ନ ମନ୍ତ୍ରଣାଳୟର ମିଳିତ ପ୍ରୟାସ ଭାବରେ ପରିକଳ୍ପିତ ହୋଇଛି ଯାହା ଦ୍ବାରା ଲୋକମାନଙ୍କୁ ଯୋଡିବା ସହିତ ସମଗ୍ର ଦେଶରେ ଯୁବକମାନଙ୍କ ମଧ୍ୟରେ ଏକତା ସୃଷ୍ଟି ହେବ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ହଜାର ହଜାର ଯୁବକଙ୍କ ମଧ୍ୟରେ ଏକତାର ଭାବନା ସୃଷ୍ଟି କରୁଛି, ଯାହା ସମଗ୍ର ଦେଶରେ ପ୍ରତିଫଳିତ ହେବ ଏବଂ ପ୍ରକୃତ ଶ୍ରେଷ୍ଠ ଭାରତ ନିର୍ମାଣରେ ବିପୁଳ ଭାବରେ ସହଯୋଗ କରିବ।