ନରେନ୍ଦ୍ର ମୋଦୀ ଗୁରୁବାର ରାତି ୭.୩୦ରେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ଯୁଗାନ୍ତକାରୀ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି। ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣରେ ଦିଲ୍ଲୀସ୍ଥିତ ‘ଅଟଳ ସ୍ମୃତି’ରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କ୍ୟାରିୟରର ୨ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ମୋଦୀ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଛନ୍ତି। ରାଜଘାଟସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ମୋଦୀ ଶ୍ରଦ୍ଧାଂଜଳି ଦେଇଛନ୍ତି। ମୋଦୀ ବୀର ସୈନିକମାନଙ୍କୁ ମନେ ପକାଇଛନ୍ତି। ସେ ଜାତୀୟ ଯୁଦ୍ଧ ସ୍ମାରକୀସ୍ଥଳ ଯାଇ ଶ୍ରଦ୍ଧାଂଜଳି ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଜେପି ନଡ୍ଡା, ପୀୟୁଷ ଗୋୟଲ ଓ ଗିରିରାଜ ସିଂହ ମଧ୍ୟ ଅଟଳ ବିହାରୀ ବାଜପେୟୀ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ନରେନ୍ଦ୍ର ମୋଦୀ ଆଜି ରାତି ୭.୩୦ରେ ଦ୍ବତିୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମୋଦୀ ଶପଥ ଗ୍ରହଣ କରିବେ।
ଶପଥ ଗ୍ରହଣ ପୂର୍ବରୁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ମୋଦି
Published:
May 30, 2019, 9:42 am IST
Tags: