
ଭୁବନେଶ୍ୱର: ଏନ୍ଏସୟୁଆଇର ନିର୍ଦ୍ଦେଶକ୍ରମେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ “ମୋଦି-ଆଦାନୀ” ମଧୂଚନ୍ଦ୍ରିକା ପ୍ରସଙ୍ଗରେ ଏକ ପୋଷ୍ଟକାର୍ଡ କ୍ୟାମ୍ପେନ ହୋଇଥିଲା। ଭୁବନେଶ୍ୱର ସ୍ଥିତ ମୁଖ୍ୟ ଡାକଘର ସାମନରେ ବିକ୍ଷୋଭ ପ୍ରଦର୍ଶନ କରି ମୋଦିଙ୍କ ନିକଟକୁ ପୋଷ୍ଟାକାର୍ଡ ଗୁଡ଼ିକ ଡାକମାଧ୍ୟମରେ ପ୍ରେରଣ ହୋଇଥିଲା।
ଏହି ପୋଷ୍ଟକାର୍ଡରେ ପ୍ରଶ୍ନ ପଚାରାଯାଇଛି ଯେ- ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀ, ଯଦି ନିର୍ବାଚିତ ପ୍ରତିନିଧି ମାନଙ୍କର ଆପଣଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ ତେବେ ଆମେ ଆପଣଙ୍କୁ ସିଧାସଳଖ ନିମ୍ନୋକ୍ତ ପ୍ରଶ୍ନ କରୁଛୁ।
୧. ଆଦାନୀ ଆଜିପର୍ଯ୍ୟନ୍ତ ବିଜେପିକୁ କେତେ କୋଟି ଟଙ୍କା ଅର୍ଥ ଦେଇଛି?
୨. ଆପଣଙ୍କର ସରକାରୀ ବିଦେଶଗସ୍ତର ପ୍ରଭାବରେ ମୋଦି ତାଙ୍କ ବ୍ୟବସାୟରେ କେତୋଟି ରାଜିନାମା ପ୍ରାପ୍ତ ହୋଇଛନ୍ତି?
୩. ବିଶ୍ୱରେ ୬୦୯ ସ୍ତରରେ ରହିଥିବା ଆଦାନୀଗ୍ରୁପ ୮ବର୍ଷ ଭିତରେ କିପରି ବିଶ୍ୱରେ ଦ୍ୱିତୀୟସ୍ଥାନ ଅଧିକାର କଲେ ତା’ର ସୂତ୍ର ଆପଣ ଟିକିଏ ଆମକୁ ବୁଝାଇ ଦିଅନ୍ତୁ।
ଆଜି ଭୁବନେଶ୍ୱର ସ୍ଥିତ ମୁଖ୍ୟ ଡାକଘରରେ ଆୟୋଜିତ ହୋଇଥିବା ପ୍ରଦେଶ ଛାତ୍ର କଂଗ୍ରେସର ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ସାଗର ପଟ୍ଟନାୟକ, ମହମ୍ମଦ ଗୁଲଫାମ, ରଣଜିତ ସେନାପତି, ଶ୍ରୀ ମହାନ୍ତି, ଲିପିକା ପାତ୍ର, ବିଂରଚି ବାରିକ, ସମୀର ରାଉତ, ଆର୍ଯ୍ୟାନ ସାସମଲ, ରାଜଦ୍ୱୀପ ବେହେରା, ସୁଲଭ ମହାପାତ୍ର, ଗୌତମ ସ୍ୱାଇଁ, ତନ୍ମୟ ଜେନା, ରମେଶ୍ୱର ଶତପଥି, ସାସ୍ୱତ ସ୍ୱାଇଁ, ପ୍ରମୁଖ ଅଂଶଗ୍ରହଣ କରିଥିଲେ।