Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ମମ୍‌ରେ ମେକାନିକାଲ୍ ଭେଂଟିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ
ଆଜିର ଖବର

ସମ୍ମମ୍‌ରେ ମେକାନିକାଲ୍ ଭେଂଟିଲେସନ୍ ସମ୍ପର୍କିତ ଜାତୀୟ କର୍ମଶାଳା ଉଦ୍‌ଘାଟିତ

April 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଆଜି ମେକାନିକାଲ୍ ଭେଂଟିଲେସନ୍‌କୁ ନେଇ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସାମିଲ ହୋଇଛନ୍ତି ଦେଶର ୭୩ ଜଣ ଡାକ୍ତର ଓ ଇନ୍‌ଟେନ୍ସିଭି୍‌ଷ୍ଟସ।

ଏହି କର୍ମଶାଳାରେ ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଫ୍ୟାକଲ୍ଟିମାନଙ୍କ ସହିତ ସାମ୍ନାସାମ୍ନି ଆଲୋଚନାର କରିବାର ସୁଯୋଗ ମିଳିବା ସହ ସିମୁଲେସନ୍ ସମ୍ମିଳିତ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି ବୋଲି ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ତଥା କର୍ମଶାଳାର ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ବାନାମ୍ବର ରାୟ କହିଛନ୍ତି।

ଏଭଳି ଶୈକ୍ଷିକ କାର୍ଯ୍ୟକ୍ରମ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ବେଳେ ଏଥିରେ ସାମିଲ ହୋଇଥିବା ଟ୍ରେନି ମାନଙ୍କୁ ଜ୍ଞାନ ଆହରଣ ଏବଂ ଅଭ୍ୟାସର ସୁଯୋଗ ଦିଆଯାଉଛି ବୋଲି ଡାକ୍ତର ରାୟ କହିଛନ୍ତି।

ମେକାନିକାଲ୍ ଭେଂଟିଲେସନ୍‌କୁ ଆର୍ଟିଫିସିଆଲ୍ ରେସ୍‌ପିରେସନ୍ ବୋଲି ମଧ୍ୟ କୁହାଯାଉଥିବା ବେଳେ ନୂତନ ଭେଂଟିଲେଟରଗୁଡ଼ିକର ଆବିର୍ଭାବ ପରେ ଏହା ହସ୍ପିଟାଲ୍‌ର ଇନ୍‌ଟେନସିଭ୍ କେୟାର ମ୍ୟାନେଜମେଂଟ ଏବଂ ଅର୍ଗାନ୍ ସପୋର୍ଟର ପ୍ରମୁ୍‌ଖ ଅଂଗ ପାଲଟିଛି।

କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡାକ୍ତର) ଦତେଶ୍ୱର ହୋତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୋଭିଡ ମହାମାରୀ କ୍ରିଟିକାଲ୍ କେୟାରର ପରିଭାଷା ବଦଳାଇ ଦେଇଛି। କୋଭିଡ ଯୋଗୁଁ କ୍ରିଟିକାଲ୍ କେୟାର ସ୍ୱାସ୍ଥ୍ୟ ସେବାରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିନେଇଛି। ତେଣୁ ବର୍ତମାନ ସ୍ମାର୍ଟ କେୟାର ଭେଂଟିଲେଟରର ପ୍ରୟୋଗର ସମୟ ଆସିଯାଇଛି ବୋଲି ସେ କହିଥିଲେ।
ରୋଗୀ ଏବଂ ଭେଂଟିଲେଟର ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଛି ଏବଂ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଦ୍ୱାରା ଏହା ଆହୁରି ସଶକ୍ତ ହେବ ବୋଲି ପ୍ରଫେସର (ଡାକ୍ତର) ହୋତା କହିଥିଲେ।

ଏହି କର୍ମଶାଳାଟି ଡବ୍ଲୁଫୋରସି କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଓ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍‌ର ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜନ କରାଯାଇଛି।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଥିଲେ ଯେ ଏହି କର୍ମଶାଳା କେବଳ ସମ୍ମମ୍ ପାଇଁ ନୁହେଁ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ର ନିମନ୍ତେ ଏକ ଗୁରତ୍ୱପୂର୍ଣ୍ଣ ମାଇଲଖୁଂଟ ହୋଇ ରହିବ।

କର୍ମଶାଳାରେ ସାମିଲ ହୋଇଥିବା ସମସ୍ତ ପ୍ରତିନିଧିମାନେ ଖୁବ୍ ଉଚ୍ଚକୋଟୀର ଜ୍ଞାନ, ଶିକ୍ଷା ଓ ଅଭିଜ୍ଞତା ଆହରଣ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ଫାଉଣ୍ଡେସନ୍ ଜୟପୁରର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ମ୍ୟାନେଜିଂ ଟ୍ରଷ୍ଟି ଡାକ୍ତର ନରେନ୍ଦ୍ର ରୁଙ୍ଗ୍‌ଟା, ସମ୍ମମ୍‌ର ଚିଫ୍‌, ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ସିନିୟର୍ କନ୍‌ସଲଟାଂଟ କ୍ରିଟିକାଲ କେୟାର ମେଡିସିନ୍ ଡାକ୍ତର ଆନନ୍ଦ ମିଶ୍ର ବକ୍ତବ୍ୟ ରଖିଥିଲେ।

କର୍ମଶାଳାରେ ବେସିକ୍ ରେସ୍‌ପିରେଟୋରୀ ଫିଜିଓଲୋଜି, ଆପ୍ରୋଚ୍ ଟୁ ରେସ୍‌ପିରେଟୋରୀ ଫେଲ୍ୟୁୟର, ଅକ୍ସିଜେନ୍ ଡେଲିଭରୀ ଡିଭାଇସେସ୍‌, ହାର୍ଟ-ଲର୍ନ ଇନ୍‌ଟରାକ୍ସନ୍‌ସ, ବେସିକ୍‌ମୋଡ୍‌ସ ଆଣ୍ଡ ଇନିସିଏସନ୍ ଅଫ୍ ମେକାନିକାଲ୍ ଭେଂଟିଲେସନ୍‌, ଭେଂଟିଲେଟର ଗ୍ରାଫିକ୍ସ ଆଣ୍ଡ ଫିଜିଓଲୋଜି ଓ କମ୍ପ୍ଲିକେସନ୍‌ସ ଅନ୍ ମେକାନିକାଲ୍ ଭେଂଟିଲେସନ୍ ଭଳି ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ଜାତୀୟ କର୍ମଶାଳା ସମ୍ ଅଲ୍ଟିମେଟ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026
Latest News

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାଙ୍କନ ହେବ ଡିଜିଟାଲ: CBSE ର ପ୍ରସ୍ତୁତି ଆରମ୍ଭ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.