Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ହେଲା ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’
ଆଜିର ଖବର

ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ହେଲା ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’

April 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧଉଳି ଶାନ୍ତି ସ୍ତୁପରେ ଆୟୋଜିତ ହେଲା 'ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ'

ଭୁବନେଶ୍ବର: ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧଉଳି ଶାନ୍ତି ସ୍ତୂପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’ ରେ ଅଂଶଗ୍ରହଣ କରି ଧଉଳିର ସବୁଜିମା ସ୍ଥିତି ଅନୁଧ୍ୟାନ କରିଥିଲେ। ଧଉଳି ପାହାଡ଼ ଓ ରାସ୍ତା ପାର୍ଶ୍ଵରେ କିଛି ମାସ ପୂର୍ବେ ଲଗା ଯାଇଥିବା ୩୦୦ରୁ ଅଧିକ ଅଶ୍ୱସ୍ତ ଓ ବରଗଛ ଗୁଡ଼ିକ ବୁଲି ଦେଖିଥିଲେ।

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଗଛ ଗୁଡ଼ିକରେ ପାଣି ଦେବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ଅଭିଯାନରେକେତେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଅନୁଷ୍ଠାନରୁ  ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ଲଗାଯାଇଥିବା  ପ୍ରାୟ ସମସ୍ତ ଗଛ ବଞ୍ଚିଥିବା ଦେଖି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତେ ବିଭିନ୍ନ ଗଛରେ ପାଣି ଦେଇଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ଦୃଷ୍ଟିରୁ ବୃକ୍ଷରୋପଣ ଯେପରି ଆବଶ୍ୟକତା ରହିଛି, ସେହିପରି ଲଗାଯାଉଥିବା ଗଛ ଗୁଡ଼ିକର ଯତ୍ନନେବା  ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିସମସ୍ତଙ୍କୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ, ରାଜଧାନୀ କଲେଜର ଆସୋସିଏଟ ପ୍ରଫେସର ତଥା ଜାତୀୟ ସେବା ସଂସ୍ଥା, ଖୋର୍ଦ୍ଧାର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ରଘୁନାଥ ମଣ୍ଡଳଙ୍କ ନେତୃତ୍ୱରେ ଏକ ଏନଏସଏସ ସ୍ୱେଛାସେବୀ ଦଳ ଛାତ୍ରଛାତ୍ରୀ  , ଭାରତ ସ୍କାଉଟ ଓ ଗାଇଡର ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ପଟ୍ଟନାୟକଙ୍କ  ତତ୍ତ୍ଵlବାଧାନରେ ଛାତ୍ରଛାତ୍ରୀ, ସ୍ଥାନୀୟ ସିଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍ୱୟଂସହାୟିକ  ଗୋଷ୍ଠୀର ସଦସ୍ୟା,କମଳା ନେହେରୁ ମହିଳା ମହାବିଦ୍ୟାଳୟର ଛାତ୍ରୀ,ସିଭିଲ ଡିଫେନ୍ସ ସ୍ୱେଛାସେବୀମାନେଯୋଗଦେଇ ଲଗାଯାଇଥିବା ଗଛରେ ପାଣି ଦେଇଥିଲେ।

ଧଉଳି ପାହାଡ଼ରେ ସବୁଜିମା ରକ୍ଷା ପାଇଁ  ପାହାଡର ବିଭିନ୍ନ ଅଞ୍ଚଳରେ  ବିଛା ଯାଇଥିବା ପାଇପ ଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି  ପଦକ୍ଷେପ  ନିଆ ଯାଇଛି ବୋଲି  ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ। ଧଉଳି ଉନ୍ନୟନ କମିଟି ତରଫରୁ ବିଭିନ୍ନ ସମୟରେ ଗଛଗୁଡିକର ମଧ୍ୟ ଯତ୍ନ ନିଆଯାଉଥିବା ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରକାଶ କରିଥିଲେ। କଳିଙ୍ଗ ନିପ୍ପୋନ ବୁଦ୍ଧ ସଂଘର ସମ୍ପାଦକ ଲି କଙ୍ଗ ୟଙ୍ଗ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026

ଇଂଲଣ୍ଡକୁ ପରାସ୍ତ କରିବା ପାଇଁ ଭାରତକୁ କେତେ ରନ ଆବଶ୍ୟକ?: ଦେଖନ୍ତୁ ପରିସଂଖ୍ୟାନ

March 5, 2026
Latest News

ଟିମ ଇଣ୍ଡିଆର ଚମତ୍କାର ବିଜୟ: ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ଵକପ ଫାଇନାଲର ସ୍ଥାନ କଲା ପକ୍କା

March 5, 2026

ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କହିଲେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହେବ

March 5, 2026

ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ନିଖୋଜ: ରାଡାରୁ ଯୋଗାଯୋଗ ବିଚ୍ଛିନ୍ନ

March 5, 2026

ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଡ଼ ହଲଚଲ: ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଇସ୍ତଫା

March 5, 2026

୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ: ଇଂଲଣ୍ଡ ବିରୋଧରେ ବିଶାଳ ସ୍କୋର ଛିଡ଼ା କଲା ଭାରତ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.