Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି୨୦ ଆୟୋଜିତ
ଆଜିର ଖବର

ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକ ପୂର୍ବରୁ ସୋଆରେ ମକ୍ ଜି୨୦ ଆୟୋଜିତ

April 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୭ ଓ୨୮ ଦୁଇ ଦିନ ଧରି ଭୁବନେଶ୍ଵର ଥରେ ଜି୨୦ ଏଜୁକେସନ୍ ୱାର୍କିଂ ଗ୍ରୁପ୍‌ର ତୃତୀୟ ବୈଠକର କାର୍ଯ୍ୟକ୍ରମ ଥିବା ବେଳେ ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଏକ ମକ୍ ଜି ୨୦ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ଅନୁଷ୍ଠାନର ୧୦୦ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେଟିକ୍ ଲିଡିରସିପ୍ (ଆଇଆଇଡିଏଲ୍‌)ର ମିଳିତ ଆନୁକୂଲ୍ୟରେ ସୋଆରେ ଆୟୋଜିତ ଏହି ମକ୍ ଜି୨୦ର ପ୍ରସଙ୍ଗ ରହିଥିଲା “ଭବିଷ୍ୟତର କାର୍ଯ୍ୟ”। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ଭାଗ ନେଇଥିଲେ।

ଜି୨୦ର କାର୍ଯ୍ୟଧାରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। କାରଣ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ହିଁ ପ୍ରମୁଖ ଭାଗୀଦାର ବୋଲି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି କେରଳର ଆଡିସ୍‌ନାଲ୍ ସ୍କିଲ୍ ଆକ୍ୟୁଜିସନ୍ ପ୍ରୋଗ୍ରାମର ଅଧ୍ୟକ୍ଷା ଓ ପରିଚାଳନା ନିର୍ଦ୍ଦେଶିକା ଉଷା ଟାଇଟସ।

ଜି୨୦ ଦେଶଗୁଡ଼ିକ ବିଶ୍ୱ ଜିଡିପିର ୯୦ ପ୍ରତିଶତ ଅଂଶୀଦାର ଥିବା ବେଳେ ବିଶ୍ୱ ବାଣିଜ୍ୟ ର ୮୦ ପ୍ରତିଶତ ଅଂଶ ଏହି ଦେଶଗୁଡ଼ିକ ଉପରେ ନିର୍ଭର କରେ। ସହଭାଗିତା ଓ ସହଯୋଗ କ୍ଷେତ୍ରରେ ଆଲୋଚନା ନିମନ୍ତେ ଏହା ହିଁ ଉତ୍କୃଷ୍ଟ ଫୋରମ୍ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇଆଇଡିଏଲ୍‌ର କୋର୍ସ ଡାଇରେକ୍ଟର ଶ୍ରୀ ଦେବେନ୍ଦ୍ର ପାଇ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଶ୍ରୀମତି ଟାଇଟସ କହିଥିଲେ ଯେ କୋଭିଡ ୧୯ ବିଶ୍ଵର ଚିନ୍ତାଧାରାକୁ ବଦଳାଇଛି ଏବଂ ଆମ ଜୀବନରେ ଟେକ୍ନୋଲୋଜିକୁ ଖୁବ୍ ବିଶାଳଆକାରରେ ସ୍ଥାନ ଦେଇଛି। ଶିକ୍ଷାକୁ ଆଗେଇ ନେବା ପାଇଁ ଟେକ୍ନୋଲୋଜିର ଅନେକ ଆବଶ୍ୟକତା ରହିଛି ଏବଂ ଭବିଷ୍ୟତର ବିକାଶ ପାଇଁ ସର୍ବୋକୃଷ୍ଟ ବ୍ୟବସ୍ଥାକୁ ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ଭବିଷ୍ୟତର ନେତୃତ୍ୱ। ତେଣୁ ଏହି ମକ୍ ଜି୨୦ କନ୍‌କ୍ଲେଭ୍‌ରେ ବିଶ୍ୱର ବିଭିନ୍ନ ପ୍ରସଙ୍ଗକୁ ବୁଝିବା ପାଇଁ ସେମାନଙ୍କୁ ସାହାଯ୍ୟ କରିବ।

‘ଭବିଷ୍ୟତର କାର୍ଯ୍ୟ’ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ ଏବଂ ଯୁବପିଢ଼ି ଏଥିରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ।

ଶ୍ରୀ ପାଇ କହିଥିଲେ ଯେ ମକ୍ ଜି୨୦ ଛାତ୍ରଛାତ୍ରୀମାନଙ୍କୁ ରାଜନୀତି, ନୀତିନିର୍ଦ୍ଧାରଣ ଏବଂ ଆନ୍ତର୍ଜାତିକ ସମ୍ପର୍କ ବୁଝିବା ଦିଗରେ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶ ଓ ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିନିଧି ଭାବେ ନିଜର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରଣାଳୟର ଇନ୍‌ଟରନ୍ୟାସ୍‌ନାଲ୍ କୋଅପରେସନ୍ ବିଭାଗର ସିନିୟର କନ୍‌ସଲଟାଂଟ ଆରିସା ଫାତମା ଏବଂ ଇକୋନୋମିକ ଆଡଭାଇଜର ଅର୍ଚ୍ଚନା ମାୟାରମ ମଧ୍ୟ ବକ୍ତବ୍ୟ ରଖିଥିଲେ।

ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସେହିପରି ଶୁକ୍ରବାର ଅପରାହ୍ଣରେ ଜି ୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ବକ୍ତୃତା, ରଙ୍ଗୋଲୀ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ସୋଆର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା କେତେକ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କୃତି ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.