ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦି ନିଜ ମନ୍ତ୍ରିମଣ୍ଡଳ ସହ ଶପଥ ନେବେ। ଏହି ଅବସରରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଜୟ ପ୍ରକାଶ ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ସମ୍ଭାବନା ଦେଖା ଦେଇଛି। ଅମିତ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡି କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବାର ସମ୍ଭାବନା ଦେଖା ଦେଇଥିବାରୁ ନଡ୍ଡାଙ୍କୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ନଡ୍ଡା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ବ ସଠିକ୍ ଭାବରେ ନିର୍ବାହ କରି ସାରିଛନ୍ତି।