ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ

Published: Apr 22, 2023, 7:18 pm IST

ରଣପୁର: ଭାରସାମ୍ୟ ହରାଇ ଅଟୋ ଓଲଟି ପଡିବାରୁ ଘଟଣା ସ୍ଥଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ନୟାଗଡ ରଣପୁର ବ୍ଲକ ମଝିଆଖଣ୍ଡ ଗ୍ରାମର ୩୪ ବର୍ଷୀୟ ଯୁବକ ଅଟୋ ଚଳାଇ ନିଜର ପରିବାରର ପ୍ରତିପୋଷଣ କରୁଥିଲେ। ସବୁଦିନ ଭଳି ଗତକାଲି ଏକ ଭଡା ଯୋଗେ ଯାଇଥିଲେ। ଭଡା ସାରି ଫେରିବା ବେଳକୁ ବିଳମ୍ବିତ ରାତି ହୋଇଯାଇଥିଲା।

ଡ଼ିମିରିଆ କଲେଜ ପାଖରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା। ଏହା ଫଳରେ ଅଟୋ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଆଜି ସକାଳୁ ରଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ରଣପୁର ଡାକ୍ତରଖାନାକୁ ଶଵ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଏ ନେଇ ରଣପୁର ପୋଲିସ ୧୦୫/୨୩ ନମ୍ବରରେ ଏକ କେସ ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।

Related posts