ଅନୁଭବ ସିହ୍ନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍ଟିକିଲ୍ 15ର ଟ୍ରେଲର ରିଲିଜ୍ ହୋଇଛି । ଆୟୁଷ୍ମାନ ଖୁରାନା ଏହି ଚଳଚିତ୍ରରେ ଜଣେ ପୋଲିସ୍ ଅଫିସର ଭୂମିକାରେ ନଜର ଆସିଛନ୍ତି । ଭାରତୀୟ ସମ୍ବିଧାନରେ ରହିଥିବା ବିଭିନ୍ନ ଜାତି ଧର୍ମର ଭେଦଭାବ ତଥା ଅନର କିଲିଂ ଉପରେ ପର୍ଯ୍ୟବେସିତ । 2014ରେ ବଦାଉଁରେ ଘଟିଥିବା ଗଣ ଦୁଷ୍କର୍ମ ଉପରେ ଏହି କାହାଣୀ ପର୍ଯ୍ୟବେସିତ । ଏହି ଫିଲ୍ମରେ ଦୁଇ ଜଣ ମହିଳାଙ୍କ ସହିତ ଗଣ ଦୁଷ୍କର୍ମ ହେବା ପରେ ଆୟୁଷ୍ମାନ ଖୁରାନା ତଦନ୍ତକାରୀ ଅଫିସର ଭାବରେ ନଜର ଆସିଛନ୍ତି । ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତିତ ଇଶା ତଲଓ୍ବାର, ମନୋଜ ପାହ୍ବା, ସାୟାନୀ ଗୁପ୍ତା, କୁମୁଦ ମିଶ୍ରା, ଏମ୍ ନାସ୍ସାର, ଆଶିଷ ବର୍ମା, ସୁଶୀଲ ପାଣ୍ଡେ, ସୁବ୍ରଜ୍ୟୋତି ଭାରତ ଏବଂ ମହମ୍ମଦ ଜୀସାନ୍ ଆୟୁବ୍ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି ।