ମନ୍ତ୍ରୀ ପଦକୁ ନେଇ ବିବାଦ, ସରକାରରେ ସାମିଲ ନ ହେବାକୁ ଜେଡିୟୁର ଘୋଷଣା

Published: May 30, 2019, 7:28 pm IST

ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମାତ୍ର ଏହା ପୂର୍ବରୁ ଏନଡିଏରେ ଫାଟ ସୃଷ୍ଟି ହୋଇଛି । ମନ୍ତ୍ରିମଣ୍ଡଳରେ ମନ ମୁତାବକ ଆସନ ନମିଳିବାରୁ ଜେଡିୟୁ ସରକାରରେ ସାମିଲ ହେବ ନାହିଁ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି । ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ବିଜେପି ଯେଉଁ ଅଫର ଆମ ସାମ୍ନାରେ ରଖିଛି, ତାହା ଆମକୁ ମଞ୍ଜୁର ନୁହେଁ। ମାତ୍ର ଆମେ ଏନଡିଏ ସହିତ ମଜବୁତ ସହିତ ଛିଡ଼ା ହୋଇଛୁ ଏବଂ ବିଜେପି ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବୁ। କିନ୍ତୁ ବର୍ତ୍ତମାନ ଆମେ ମନ୍ତ୍ରିମଣ୍ଡଳରେ ସାମିଲ ହେବୁ ନାହିଁ। ନୀତିଶ କୁମାର କହିଛନ୍ତି ଯେ, ଆମକୁ ବିଜେପି ପକ୍ଷରୁ ସରକାରରେ ସାମିଲ ହେବାକୁ ପ୍ରସ୍ତାବ ମିଳିଥିଲା। ସେହି ପ୍ରସ୍ତାବ ଉପରେ ପାର୍ଟି ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ପରେ ନିଷ୍ପତ୍ତି ହେଲା ଯେ ଆମେ ମୋଦୀ ସରକାରରେ ସାମିଲ ହେବୁ ନାହିଁ।

Related posts