Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିରୋଧୀ ଏକତାକୁ ମଜବୁତ କରିବା ଲକ୍ଷ୍ୟ: ଆଜି ମମତା ଏବଂ ଅଖିଲେଶଙ୍କୁ ଭେଟିବେ ନିତୀଶ କୁମାର
ଆଜିର ଖବର

ବିରୋଧୀ ଏକତାକୁ ମଜବୁତ କରିବା ଲକ୍ଷ୍ୟ: ଆଜି ମମତା ଏବଂ ଅଖିଲେଶଙ୍କୁ ଭେଟିବେ ନିତୀଶ କୁମାର

April 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବା ଲାଗି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ।

କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ପରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ମହାମେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଦିଗରେ ଏହି ବୈଠକ ଏକ ପ୍ରମୁଖ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ପ୍ରକାଶଯେ, ଅତୀତରେ ଅନୁଷ୍ଠିତ ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିରୋଧୀ ଏକତା ତଥା “ଆଦର୍ଶ ସଂଗ୍ରାମ” ପାଇଁ ଏହା ଏକ ଐତିହାସିକ ପଦକ୍ଷେପ।

ମଲ୍ଲିକାର୍ଜୁନ ଖଡଗେ, ଜେଡିୟୁ ଏବଂ ଆରଜେଡି ନେତାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଥିବା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନେ ଏକାଠି ଠିଆ ହେବେ, ଭାରତ ପାଇଁ ଏକାଠି ଲଢିବେ।

ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ୨୦୨୪ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ସହ ସମନ୍ୱୟ ରକ୍ଷା କରିବାକୁ କୌଣସି ସୁଯୋଗ ହାତ ଛଡା କରୁ ନାହାଁନ୍ତି। ସେ ଗତ ମାସରେ କୋଲକାତାରେ ଥିବା ତାଙ୍କ ବାସଭବନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ। ଏଥି ସହିତ ସେ ଲଗାତାର ବିରୋଧୀ ଏକତା ବିଷୟରେ କହୁଛନ୍ତି।

କୋଲକାତା ନିତୀଶ କୁମାର ବିଜେପି ସରକାର ବିରୋଧୀ ଦଳ ମମତା ବାନାର୍ଜୀ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026
Latest News

ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ, ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

June 19, 2026

ଉଦ୍ଧବ ଠାକରେ ପାଇଁ ଅଗ୍ନିପରୀକ୍ଷା: ଦଳ ରହିବ କି ଭାଙ୍ଗିବ?

June 19, 2026

ଦୟାଲ ଗଙ୍ଗୱାରଙ୍କ ବିରୋଧରେ ବଡ଼ ଖୁଲାସା

June 19, 2026

ପାଠ୍ୟପୁସ୍ତକରେ ମାଳ ମାଳ ତ୍ରୁଟି : ଆଜିଠାରୁ ଆରମ୍ଭ ହେବ ତଦନ୍ତ

June 19, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଅଲେଖ ମହିମା ଦିକ୍ଷୀତ ବାବାଙ୍କୁ ପଥରରେ ଛେଚି ହତ୍ୟା

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.