Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ମ୍ୟାଲେରିଆ ଦିବସ: ସମ୍ବଳ, ଶ୍ରମ ଓ ନୂତନ ପନ୍ଥା ଦ୍ୱାରା ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ଵାନ
ଆଜିର ଖବର

ବିଶ୍ୱ ମ୍ୟାଲେରିଆ ଦିବସ: ସମ୍ବଳ, ଶ୍ରମ ଓ ନୂତନ ପନ୍ଥା ଦ୍ୱାରା ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ଵାନ

April 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମ୍ୟାଲେରିଆ ରୋଗ ସଂପର୍କରେ ସଚେତନତା ସୃଷ୍ଟି ସହ ଏହାର ନିୟନ୍ତ୍ରଣ ଓ ସଂପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଆଜିର ଦିନକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବେ ପାଳନ କରାଯାଉଛି। ତେବେ ସମଗ୍ର ବିଶ୍ୱରେ ଏହି ରୋଗରେ ପୀଡ଼ିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥି ପାଇଁ ନିରନ୍ତର ଅର୍ଥନିବେଶ ଓ ରାଜନୈତିକ ଇଚ୍ଛାଶକ୍ତିକୁ ପ୍ରୋତ୍ସାହନ କରିବା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗୁରୁତ୍ୱାରୋପ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଶୂନ୍ୟ ମ୍ୟାଲେରିଆ ପାଇଁ ସମୟ ଉପନୀତ, ପୁଞ୍ଜିିନିବେଶ କର, ନୂତନତା ଆଣ ଏବଂ କାର୍ଯ୍ୟକାରୀ କର।’ ଅର୍ଥାତ୍‌ ମ୍ୟାଲେରିଆ ସଂକ୍ରମଣକୁ ଶୂନ କରିବା ଲାଗି ପ୍ରକୃଷ୍ଟ ସମୟ ଆସିଛି। ତେବେ ସେଥିପାଇଁ ଆବଶ୍ୟକ ଅର୍ଥ ଖଟାଇବା ସହ ନୂତନ ପଦ୍ଧତି ଆବିଷ୍କାର ଓ କାର୍ଯ୍ୟାନ୍ୱୟନ ଆବଶ୍ୟକ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ ରାଜ୍ୟରେ ମ୍ୟାଲେରିଆ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇତିନି ବର୍ଷ ହେବ ଉଭୟ ସଂକ୍ରମିତଙ୍କ ସଂଖ୍ୟା ଓ ସଂକ୍ରମଣ ହାର କମିବାରେ ଲାଗିଛି। ମ୍ୟାଲେରିଆ ଏକ ପ୍ରାଣଘାତୀ ରୋଗ ଯାହା କି ପରଜୀବୀ କୀଟାଣୁ ଦ୍ୱାରା ବ୍ୟାପିଥାଏ। ମାଈ ଆନୋଫିଲିସ୍‌ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ସଂକ୍ରମଣ ହୋଇଥାଏ। ଏହି ମଶା ସାଧାରଣତଃ ରାତିରେ କାମୁଡିଥାଏ।

ଏହି ରୋଗର ପ୍ରତିକାର ସମ୍ଭବ ଏହା ମଧ୍ୟ ଆରୋଗ୍ୟସାଧ୍ୟ। ଦିନଥିଲା ଭାରତରେ ଯେତେ ସଂଖ୍ୟକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଥିଲେ ସେଥିମଧ୍ୟରୁ ଓଡିଶାରୁ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହେଉଥିଲେ। ଭାରତର ୨୫% ମ୍ୟାଲେରିଆ ରୋଗୀ ଏବଂ ତତ୍‌ଜନିତ ମୃତୁ୍ୟ ସଂଖ୍ୟାର ୩୦% ଓଡିଶାରୁ ଚିହ୍ନଟ ହେଉଥିଲେ। ୨୦୧୬ ମସିହାରେ ୪.୪ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ ଏବଂ ସେଥି ମଧ୍ୟରୁ ୭୭ ଜଣ ମୃତ୍ୟୁବରଣ କରିଥିଲେ। ୨୦୧୭ ମସିହାଠାରୁ ମ୍ୟାଲେରିଆ ରୋଗୀ ସଂଖ୍ୟାରେ ଯଥେଷ୍ଟ ହ୍ରାସ ପାଇଛି। ୨୦୨୨ ମସିହାରେ ଏପିଆଇ ସବୁଠାରୁ କମ୍‌ ସ୍ଥିରୀକୃତ ହୋଇଥିଲା ଏବଂ ଅନେକ ଜିଲ୍ଲା ଏବେ ମ୍ୟାଲେରିଆ ମୁକ୍ତ ହେବାକୁ ଯାଉଛନ୍ତି। ୨୦୧୬ ମସିହା ତୁଳନାରେ ୨୦୨୨ ମସିହାରେ ୯୫% ମ୍ୟାଲେରିଆ ରୋଗୀ କମ୍‌ ଚିହ୍ନଟ ହୋଇଛି।

ଏହିସବୁ ସଫଳତା କେବଳ ବିଭିନ୍ନ ପ୍ରକାର ରଣକୌଶଳ ଓ ବଳିଷ୍ଠ ଯୋଗଦାନ ଦ୍ୱାରା ସମ୍ଭବ ହୋଇପାରିଛି। ୨୦୧୭ ମସିହାରେ ୧.୧୩ କୋଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ ଦ୍ୱାରା ପ୍ରାୟ ୨.୦୨ କୋଟି ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିଛି। ୨୦୨୦-୨୧ ମସିହାରେ ରାଜ୍ୟରେ ୧.୫୬ କୋଟି ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବ୍ୟବହାର ଦ୍ୱାରା ପ୍ରାୟ ୨.୬୦ କୋଟି ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇପାରିଛି।

‘ଦମନ’ ରାଜ୍ୟ ସରକାରଙ୍କ ଏକ ନିଜସ୍ୱ ଅଭିନବ କାର୍ଯ୍ୟକ୍ରମ ଯାହା ୨୦୧୭ ମସିହା ଠାରୁ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ସେହି ଅଂଚଳରେ ମ୍ୟାଲେରିଆର ରକ୍ତପରୀକ୍ଷା ଓ ଚିକିତ୍ସା ଏକା ସାଙ୍ଗରେ ହୋଇପାରୁଛି। ଏହା ଦ୍ୱାରା କୌଣସି ଲକ୍ଷଣ ନଥିବା ମ୍ୟାଲେରିଆ ରୋଗୀମାନଙ୍କର ଚିହ୍ନଟ ହୋଇପାରୁଛି। ୨୪ ଟି ଜିଲ୍ଲାକୁ ଶୂନ୍ୟ ମ୍ୟାଲେରିଆ ଘୋଷଣା କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି।

ତାଲିମପ୍ରାପ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଓ ଅନ୍ୟାନ୍ୟ ସେ୍ୱଚ୍ଛାସେବୀମାନଙ୍କ ଦ୍ୱାରା ନିୟମିତ ଚାଲିଥିବା ନିରୀକ୍ଷଣ ଯୋଗୁଁ ଗୋଷ୍ଠୀସ୍ତରରେ ତୁରନ୍ତ ରକ୍ତ ପରୀକ୍ଷା ଓ ସମ୍ପୂର୍ଣ୍ଣ ଚିକିତ୍ସା ନିଶ୍ଚିତ ହୋଇପାରିଛି। ତ୍ୱରିତ ଗୋଷ୍ଠୀ ଏକତ୍ରୀକରଣ, ସ୍ୱାସ୍ଥ୍ୟ ସଚେତନତା, ପରିଦର୍ଶନ ଓ ତଦାରଖ ଦ୍ୱାରା ମ୍ୟାଲେରିଆ ନିରାକରଣରେ ସଫଳତା ମିଳିଛି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମିଶନ ଶକ୍ତି ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ରାଜ୍ୟ ଜୀବିକା ମିଶନଙ୍କ ସମନ୍ୱୟରେ ବିଭିନ୍ନ ପ୍ରକାର ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟ କରାଯାଇପାରୁଛି।

ଏହି ଅବସରରେ ଜାତୀୟ ଭେକଫରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଯୁଗ୍ମ ନିର୍ଦ୍ଦେଶକ ଡା. ଶୁଭାଶିଷ ମହାନ୍ତି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025
Latest News

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.