Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଚଲାପଥ’ର ସୁବର୍ଣ୍ଣ ଜୟନ୍ତ୍ରୀ ସମାରୋହ ବିଶିଷ୍ଠ ବ୍ୟକ୍ତିଗଣ କହିଲେ ଏପରି କଥା
ଆଜିର ଖବର

‘ଚଲାପଥ’ର ସୁବର୍ଣ୍ଣ ଜୟନ୍ତ୍ରୀ ସମାରୋହ ବିଶିଷ୍ଠ ବ୍ୟକ୍ତିଗଣ କହିଲେ ଏପରି କଥା

April 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
‘ଚଲାପଥ’ର ସୁବର୍ଣ୍ଣ ଜୟନ୍ତ୍ରୀ ସମାରୋହ ବିଶିଷ୍ଠ ବ୍ୟକ୍ତିଗଣ କହିଲେ ଏପରି କଥା

ଭୁବନେଶ୍ୱର: ସାଧାରଣ ଲୋକଙ୍କ ବାସ୍ତବ ସମସ୍ୟା ସାହିତ୍ୟରେ ପ୍ରତିଫଳିତ ହେବା ଉଚିତ । ସାହିତ୍ୟ ସବୁ ସମୟରେ ସମାଜକୁ ପ୍ରଭାବିତ କରିଆସିଛି । ଆମର ଜୀବନଧାରା ସାହିତ୍ୟରେ ବିିଭିନ୍ନ ଭାବରେ ପ୍ରତିବିମ୍ବିତ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି । ‘ଚଲାପଥ’ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡେଇ ଏହି ମର୍ମରେ ସାହିତ୍ୟ ମାଧ୍ୟମରେ ସମାଜକୁ ଦିଗ୍‌ଦର୍ଶନ ଦେବା ପାଇଁ ସାହିତି୍ୟକମାନଙ୍କୁ ଅନୁରୋଧ କରିଛନ୍ତି ।

ଜୟଦେବ ଭବନରେ ଅନୁଷ୍ଠିତ ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ସାଂସ୍କୃତିକ ଅଭୁ୍ୟଦୟ ନିମନ୍ତେ ଲେଖକମାନେ ଉଦ୍ୟମ ଅବ୍ୟାହତ ରଖିବାକୁ ମତବ୍ୟକ୍ତ କରିଥିବାବେଳେ ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ ସାହିତ୍ୟରେ ପରମ୍ପରା ଓ ଐତିହ୍ୟର ଉପାଦାନ ରହିବା ଉଚିତ ବୋଲି ଉଲ୍ଲେଖ କରିଥିଲେ । ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ କହିଲେ ଯେ ଦାରିଦ୍ର୍ୟ ଓ ନିରକ୍ଷରତା ସତ୍ତେ୍ୱ ହୃଦୟବାନ୍‌ ଲୋକମାନଙ୍କୁ ଉତ୍ସାହିତ କରି ଅନ୍ୟ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଜଣେ ସାହିତି୍ୟକର କର୍ତ୍ତବ୍ୟ ।

ବିଶିଷ୍ଟ କବି ନିରାକାର ଦାସ ଦଳମତ ଊଦ୍ଧ୍ୱର୍ରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିବାବେଳେ ଅନୁଷ୍ଠାନର ଉପଦେଷ୍ଟା ଇଂ ବିଜନ୍‌ କୁମାର ବେହେରା, ‘ଇସ୍ରୋ’ର ପ୍ରାକ୍ତନ ବୈଜ୍ଞାନିକ ତଥା ସାହିତି୍ୟକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର ପ୍ରମୁଖ ବକ୍ତବ୍ୟ ରଖି ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ସାହିତ୍ୟ ହିଁ ଚିରନ୍ତନ ହୋଇଥାଏ ବୋଲି କହିବା ସହିତ ଭାଷା, ସାହିତ୍ୟ, ସଂସ୍କୃତି ଓ ସ୍ୱାଭିମାନକୁ ଋଦ୍ଧିମନ୍ତ କରିବା ପାଇଁ ଶିଳ୍ପୀ, ଲେଖକ ଓ ବୁଦ୍ଧିଜୀବୀମାନେ ଏକାଠି ହେବାକୁ ଆହ୍ୱାନ ଜଣାଇଥିଲେ । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।

କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ ନିମନ୍ତେ ମନ୍ତ୍ରୀ ଶ୍ରୀ ଘଡେଇ, ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସଂପାଦକ ବିରୁପାକ୍ଷ ତି୍ରପାଠୀ ଓ ବାଙ୍ଗାଲୁରୁର ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ଡା. ପ୍ରତାପ କୁମାର ପାଣୀଙ୍କୁ ‘ଚଲାପଥ ସ୍ୱତନ୍ତ୍ର ସମ୍ମାନ’ ପ୍ରଦାନ କରାଯାଇଥିଲା । ଅନୁରୂପ ଭାବରେ ଡା. ଅଭୟ କୁମାର ସାହୁ, ଡା. ପ୍ରସନ୍ନ କୁମାର ନନ୍ଦ, ସୂର୍ଯ୍ୟ ରଞ୍ଜନ ମହାନ୍ତି, ସନ୍ତୋଷ କୁମାର ମିଶ୍ର, ଡ. କାହ୍ନୁଚରଣ ଧୀର, ତାପସରାଜ ମହାରଣା, କ୍ଷୀରୋଦ ଦାସ, ହୀରେନ୍ଦ୍ର କୁମାର ସିଂହଦେଓ, ଡ. ସଂଘମିତ୍ରା ଭଞ୍ଜ, କେଦାର ମିଶ୍ର, ଯାମିନୀକାନ୍ତ ଦାସ, ମମତା ମହାପାତ୍ର, ଜ୍ୟୋତ୍ସ୍ନା ସାମନ୍ତରାୟ, ସରୋଜ ବଳ, ଭୁବନମୋହନ ମହାନ୍ତି, ସବିତାରାଣୀ ବେହେରା, ବିଜୟ କୁମାର ବହଳି, ଅର୍ଜୁନି ଚରଣ ବେହେରା, ପିନାକୀ ମିଶ୍ର, ବେଣୁଧର ସୁତାର, ମୈତ୍ରେୟୀ କମିଲା, ଗଜେନ୍ଦ୍ର କୁମାର ପାଢ଼ୀ, ହରିଶ୍ଚନ୍ଦ୍ର ବେହେରା, ସାଇଶ୍ରୀ ବିଶ୍ୱଜିତା ରାୟଙ୍କୁ ‘ଚଲାପଥ ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ଡ. ବିଧୁପ୍ରଭା ରଥ ଓ ଜ୍ୟୋତ୍ସ୍ନାମୟୀ ତି୍ରପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପ୍ରୀତିରଂଜନ ଘଡାଇ
Share. Facebook Twitter LinkedIn Email WhatsApp Copy Link

Related Posts

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍‌ କରିଡୋର ନିର୍ମାଣକୁ କ୍ୟାବିନେଟ୍‌ ଅନୁମୋଦନ

September 10, 2025
Latest News

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025

ଆବୁଧାବିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପ୍ରବାସୀ ଭାରତୀୟଙ୍କୁ କଲେ ସାକ୍ଷାତ, କହିଲେ….

September 10, 2025

ବାଙ୍ଗାଲୋର ୟୁନିଭର୍ସିଟିରେ ପ୍ରଶିକ୍ଷଣ ନେଲେ ନୟାଗଡ଼ ଜିଲ୍ଲାର ୫ ପ୍ରଧାନ ଶିକ୍ଷକ

September 10, 2025

ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କହିଲେ….

September 10, 2025

ବିହାରରେ ୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୪-ଲେନ୍ ହାଇସ୍ପିଡ୍‌ କରିଡୋର ନିର୍ମାଣକୁ କ୍ୟାବିନେଟ୍‌ ଅନୁମୋଦନ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.