Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେରିଫେଡ୍‌ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପ୍ରେରଣର ଶୁଭାରମ୍ଭ
ଆଜିର ଖବର

ସେରିଫେଡ୍‌ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ପ୍ରେରଣର ଶୁଭାରମ୍ଭ

April 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍‌ ଆନୁକୂଲ୍ୟରେ ସେରିଫେଡ୍‌ର କାର୍ଯ୍ୟାଳୟ ପରିସରରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସେରିଫେଡ୍‌ର ସଭାପତି ଭାଗୀରଥି ନନ୍ଦ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ବୟନଶିଳ୍ପ ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ସେରିଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସେରିଫେଡ୍‌ର ସଂପାଦକ ଡ. ପୁରୁଷୋତ୍ତମ ଦାଶ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ସହିତ ବୃକ୍ଷରୋପଣ
କରିଥିଲେ। ଶ୍ରୀଜଗନ୍ନାଥଙ୍କର ବାସୁଙ୍ଗାପାଟର ମହତ୍ତ୍ୱ ସଂପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ସେରିଫେଡ୍‌ କାର୍ଯ୍ୟାଳୟ ପରିସରରେ ୩୦୦ କିଲୋଗ୍ରାମ ବାସୁଙ୍ଗାପାଟ ପ୍ରେରଣକୁ ପତାକା ଦେଖାଇ ଶୁଭାରମ୍ଭ
କରିଥିଲେ।

୧୯୬୨ ମସିହାରେ ପ୍ରତିଷ୍ଠା ହୋଇଥିବା ସେରିଫେଡ୍‌ ଶୀର୍ଷ ସମବାୟ ସଂସ୍ଥା ରାଜ୍ୟର ଟସର ଓ ରେଶମ ପାଳକମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛି। ଉକ୍ତ ସଂସ୍ଥା ରାଜ୍ୟର ରେଶମ କୋଷା ଉତ୍ପାଦକମାନଙ୍କର ବିକି୍ରବଟାରେ ସହଯୋଗ ସହ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରୁଛି।

ସେରିଫେଡ୍‌ ଅମ୍ଳାନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ବାସୁଙ୍ଗାପାଟ ଯୋଗାଇ ଆସୁଛି। ବାସୁଙ୍ଗାପାଟ ଏକ ସ୍ୱତନ୍ତ୍ର ଧରଣର ପାଟ ଦଉଡ଼ି, ଯାହାକି ମଲବରି ସୂତାକୁ ପ୍ରକ୍ରିୟାକରଣ ଓ ରଙ୍ଗ କରି ଶ୍ରୀମନ୍ଦିର ପ୍ରଶାସନ, ପୁରୀର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଏ। ଏହି କଞ୍ଚାମାଲ ଗଜପତି ଜିଲ୍ଲାର ମୋହନା, ଆର୍‌ ଉଦୟଗିରି ବ୍ଲକ୍‌ର ଆଦିବାସୀ ମଲବରି କୋଷା ଉତ୍ପାଦନକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଆଠଗଡ଼ ନୂଆପାଟଣା ଅଞ୍ଚଳର ସ୍ଥାନୀୟ କାରିଗରଙ୍କ ଦ୍ୱାରା ପ୍ର୍ରକି୍ରୟାକରଣ କରାଯାଇ ରେଶମ ସୂତା ଉତ୍ପାଦିତ ହୁଏ। ମଲବରି ରେଶମ ସୂତାରୁ ସ୍ୱତନ୍ତ୍ର ଧରଣର ଦଉଡ଼ି ଆକୃତିର ବାସୁଙ୍ଗାପାଟକୁ କଇଁଥ ଅଠାରେ ବୁଡ଼ାଇ ଦିଆଯାଏ ଏବଂ ତାହାକୁ କଞ୍ଚା ହଳଦୀ ପାଉଡରରେ ରଙ୍ଗ କରାଯାଏ। ଏହି କଇଁଥ ଅଠା କୋରାପୁଟ ଜିଲ୍ଲାରୁ ମିଳିଥାଏ । ଏହି ବାସୁଙ୍ଗାପାଟ ମଧ୍ୟ ‘ବିଜୟ ଡୋରୀ’, ‘ପଇତା’ ଏବଂ ‘ରାକ୍ଷୀ’ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନ୍ୟାନ୍ୟ କାମରେ ବ୍ୟବହାର ହୋଇଥାଏ । ଏହା ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଗୁପ୍ତନୀତି ଓ ଦେବସ୍ନାନ ପୂର୍ଣ୍ଣିମା ପରେ ବ୍ୟବହୃତ ହୋଇଥାଏ । ପରିସଂଖ୍ୟାନ ତଥ୍ୟରୁ ଜଣାଯାଏ ଯେ ଅମ୍ଳାନ ସେରିଫେଡ୍‌ ଦ୍ୱାରା ଯୋଗାଣ ହୋଇଥିବା ବାସୁଙ୍ଗାପାଟର ମୂଲ୍ୟ ୨୦୦୦-୦୧ରେ ୩୩ ହଜାର ଟଙ୍କା ଥିବାବେଳେ ୨୦୨୨-୨୩ରେ ୧୨ ଲକ୍ଷ ୩୩ ହଜାର ଟଙ୍କା ରହିଛି । ଏହି ବାସୁଙ୍ଗାପାଟ ଯୋଗାଣ ସେବା ରାଜ୍ୟର ଆଦିବାସୀ ରେଶମ ଉତ୍ପାଦକମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପାଇଁ ସୁଯୋଗ ପ୍ରଦାନ କରିଥାଏ ।

ଏହି ଅବସରରେ ବାସୁଙ୍ଗାପାଟ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଦୁଇଜଣ କୋଷାଚାଷୀ ଗଜପତି ଜିଲ୍ଲାର ଚନ୍ଦ୍ରଗିରିର ଆଦିକନ୍ଦ କାର୍ଜୀ ଓ ଅବାହସିଂର ରାମଚନ୍ଦ୍ର ବଡ଼କୁମର ଏବଂ ଏହାର ପ୍ରକ୍ରିୟାକରଣରେ ଭୂମିକା ଗ୍ରହଣ କରିଥିବା ନୂଆପାଟଣାର କୁଳମଣି ସେଠୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025

କୋଲକାତାରେ ଦୁର୍ଗା ପୂଜା ମଣ୍ଡପକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

September 26, 2025
Latest News

Asia Cup-2025: ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କା ଠାରୁ ସୁପର ଓଭରରେ ଜିତିଲା ଭାରତ

September 27, 2025

ବିଜେପି ସେବାପକ୍ଷ ଉପଲକ୍ଷେ ବାଣପୁରରେ ରକ୍ତଦାନ ଶିବିର

September 26, 2025

ପିଏମ୍-କିସାନ୍‍ର ୨୧ତମ କିସ୍ତି ଜାରି, କେନ୍ଦ୍ର କୃଷିମନ୍ତ୍ରୀଙ୍କ ପକ୍ଷରୁ ଚାଷୀଙ୍କୁ ୫୪୦ କୋଟିର ସହାୟତା

September 26, 2025

ଦୋଷୀ ସାବ୍ୟସ୍ତ ହେଲେ ସୂର୍ଯ୍ୟକୁମାର ଯାଦବ, କାର୍ଯ୍ୟାନୁଷ୍ଠାନ ନେଲା ICC

September 26, 2025

ସୋଆ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ କ୍ୟାମ୍ପସ – ୨ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.