Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ
ଆଜିର ଖବର

ସୋଆ ପକ୍ଷରୁ ବିଶ୍ୱ ଭେଟେରୀନାରୀ ଦିବସ ପାଳିତ

May 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ପ୍ରାଣୀ ଚିକିତ୍ସା ବିଜ୍ଞାନ ଓ ପ୍ରାଣୀପାଳନ କ୍ଷେତ୍ରରେ ଉନ୍ନତି ହୋଇଥିବା ଯୋଗୁଁ କୃଷକ ଆଶ୍ୱସ୍ତ ହେବା ସହ କୋଭିଡ ମହାମାରୀର ଦୁର୍ଦ୍ଦଶାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି।

ଦୁଇ ବର୍ଷ ଧରି ତାଣ୍ଡବ ରଚିଥିବା କୋଭିଡ ମହାମାରୀ ସମୟରେ ପ୍ରାଣୀଧନ ଉପରେ ନିର୍ଭର କରୁଥିବା କୃଷକମାନେ ନିଜର ଜୀବିକା ନିର୍ବାହ କରିପାରିଛନ୍ତି ବୋଲି ପୂର୍ବରୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଦାୟିତ୍ୱରେ ଥିବା ଶ୍ରୀ ସେଠୀ କହିଛନ୍ତି। ଗତ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବାଣ୍ଡ୍ରୀ (ଆଇଭିଏସ୍‌ଏଏଚ୍‌) ପକ୍ଷରୁ ବିଶ୍ୱ ଭେଟେରିନାରୀ ଦିବସ ପାଳନ ଅବସରରେ ଯୋଗ ଦେଇ ଶ୍ରୀ ସେଠୀ ଏହା କହିଛନ୍ତି।

ଶ୍ରୀ ସେଠୀ କହିଥିଲେ ଯେ, ରାଜ୍ୟ ସରକାର ୨୦୦୨ ମସିହାରେ ବୋଭାଇନ୍ ବ୍ରିଡିଂ ପଲିସି ନିର୍ଣ୍ଣୟ କରିବା ପରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଏବଂ ଏହି କ୍ଷେତ୍ରରେ ଆୟର ପରିମାଣ ମଧ୍ୟ ଦ୍ୱିଗୁଣିତ ହୋଇଥିଲା। ବର୍ତ୍ତମାନ କୃଷି କ୍ଷେତ୍ରର ୧୫ ରୁ ୧୬ ପ୍ରତିଶତ ଆୟ କେବଳ ଭେଟେରୀନାରୀ କ୍ଷେତ୍ରରୁ ହୋଇପାରୁଛି ବୋଲି ସେ କହିଥିଲେ।

ଆଇଭିଏସ୍‌ଏଏଚ୍ ଓ ଓଡ଼ିଶା ଲାଇଭ୍‌ଷ୍ଟକ୍ ଡେଭଲପମେଂଟ ସୋସାଇଟି (ଓଏଲ୍‌ଡିଏସ୍‌) ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଠଗଡ଼ର ଡିଭିଜିନାଲ୍ ଫରେଷ୍ଟ ଅଫିସର ଶ୍ରୀ ଯଜ୍ଞଦତ ପତି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଭିଏସ୍‌ଏଏଚ୍‌ର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଆଇଭିଏସ୍‌ଏଏଚ୍‌ର ଆସୋସିଏଟ୍ ଡିନ୍ ତଥା ଓଏଲ୍‌ଡିଏସ୍‌ର ସଭାପତି ପ୍ରଫେସର ଏସ୍‌.କେ.ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାଣୀଚିକିତ୍ସା ବିଜ୍ଞାନ ବୃତିରେ ଅଖଣ୍ଡତା, ଏକତା ଓ ସମଗ୍ରତାକୁ ପ୍ରୋତ୍ସାହନ ଦେବା ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଥିଲା।

ସୋଆ ଭଳି ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ପଶୁଚିକିତ୍ସା ବିଜ୍ଞାନକୁ ନେଇ ଏକ ଅନୁଷ୍ଠାନ ଆରମ୍ଭ କରିବା ସମ୍ପର୍କରେ ଶ୍ରୀ ସେଠୀ ଖୁସି ବ୍ୟକ୍ତ କରିବା ସହ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ସରକାରୀ ବିଭାଗ ସମେତ ଅନେକ ପ୍ରକାର ନିଯୁକ୍ତିର ବିକଳ୍ପ ରହିଥିବା ସେ କହିଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.