Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ‘ଗେମ୍ ଚେଞ୍ଜର’ ହେଲେ ଇଶାନ କିଶନ, ପଢନ୍ତୁ କେତେ ପାଇଲେ ପୁରସ୍କାର ରାଶି
ଆଜିର ଖବର

ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ‘ଗେମ୍ ଚେଞ୍ଜର’ ହେଲେ ଇଶାନ କିଶନ, ପଢନ୍ତୁ କେତେ ପାଇଲେ ପୁରସ୍କାର ରାଶି

May 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ର ୪୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରିଛି। ମୁମ୍ବାଇର ବିଜୟରେ ଇଶାନ କିଶନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୭ ଟି ଚୌକା ଓ ୪ ଟି ଛକା ସହାୟତାରେ ୭୫ ରନ୍ ସଂଗ୍ରହ କରିଥିଲେ। ବିଜୟ ପରେ ଇଶାନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଏହା ସହିତ ସେ ‘ଗେମ୍ ଚେଞ୍ଜର’ ଭାବରେ ମଧ୍ୟ ମନୋନୀତ ହୋଇଥିଲେ। ପୁରସ୍କାର ରାଶିରେ ଇଶାନଙ୍କୁ ମୋଟ ୩ ଲକ୍ଷ ଟଙ୍କା ମିଳିଛି। ଏହି ମ୍ୟାଚ୍ ପାଇଁ ଇଶାନଙ୍କୁ ମୋଟ ତିନୋଟି ପୁରସ୍କାର ମିଳିଛି। ମୋହାଲିରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୧୫ ରନ୍‌ର ଟାର୍ଗେଟ ଦେଇଥିଲା। ମୁମ୍ବାଇ ୧୮.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।

ପଞ୍ଜାବ ଦେଇଥିବା ଟାର୍ଗେଟକୁ ପିଛା କରି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଶୂନ୍ୟରେ ଆଉଟ ହୋଇଥିଲେ। ଏହା ପରେ ଇଶାନ କିଶନ ନେତୃତ୍ୱ ନେଇଥିଲେ। ସେ ୪୧ ବଲରେ ୭୫ ରନ୍ ସଂଗ୍ରହ କରିଥିଲେ। ଇଶାନଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଭାବରେ ବିବେଚନା କରାଯାଇଥିଲା। ଏହା ସହିତ ସେ ‘ମୋଷ୍ଟ ଭାଲୁଏବୁଲ ଏସେଟ ଅଫ ଦ ମ୍ୟାଚ’ ଏବଂ ‘ଗେମ୍ ଚେଞ୍ଜର ଅଫ୍ ଦି ମ୍ୟାଚ୍’ ପୁରସ୍କାର ଗ୍ରହଣ କରିଥିଲେ। ଏହିପରି ଭାବରେ ଇଶାନଙ୍କୁ ମୋଟ ୩ ଟି ପୁରସ୍କାର ମିଳିଥିଲା। ତାଙ୍କର ପୁରସ୍କାର ରାଶି ହେଉଛି ୩ ଲକ୍ଷ ଟଙ୍କା। ତିଲକ ବର୍ମା ଦୁଇଟି ପୁରସ୍କାର ପାଇଥିଲେ। ତାଙ୍କର ପୁରସ୍କାର ରାଶି ହେଉଛି ୨ ଲକ୍ଷ ଟଙ୍କା। ତାଙ୍କୁ ‘ବିୟଣ୍ଡ ଦ ବାଉଁଡ୍ରିଜ ଲଙ୍ଗଷ୍ଟ ସିକ୍ସ’ ଏବଂ ‘ଷ୍ଟ୍ରାଇକର ଅଫ୍ ଦି ମ୍ୟାଚ୍’ ଟାଇଟଲ୍ ମିଳିଥିଲା।

ମୋହାଲି ମ୍ୟାଚରେ ପଞ୍ଜାବ କିଙ୍ଗସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ଲିଭିଙ୍ଗଷ୍ଟୋନ୍ ଅପରାଜିତ ୮୨ ରନ୍ ସ୍କୋର କରିଥିଲେ। ଏହାର ଜବାବରେ ମୁମ୍ବାଇ ୧୮.୫ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଇଶାନଙ୍କ ସହ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୧ ବଲରେ ୬୬ ରନ୍ ସଂଗ୍ରହ କରିଥିଲେ। ସୂର୍ଯ୍ୟଙ୍କ ଇନିଂସରେ ୮ ଚୌକା ଓ ୨ ଛକା ଅନ୍ତର୍ଭୁକ୍ତ ଥିଲା। ୧୦ ଟି ବଲରେ ତିଲକ ବର୍ମା ଅପରାଜିତ ୨୬ ରନ୍ କରିଥିଲେ। ସେ ୩ ଛକା ଓ ଗୋଟିଏ ଚୌକା ମାରିଥିଲେ।

ଇଶାନ କିଶନ ଗେମ୍ ଚେଞ୍ଜର' ପୁରସ୍କାର ରାଶି ମୁମ୍ବାଇ ଇଣ୍ଡିଆନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.