
ବାଲୋଦ: ଛତିଶଗଡର ବାଲୋଦ ଜିଲ୍ଲାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ଏକ ସ୍ପୋର୍ଟସ୍ ୟୁଟିଲିଟି ଗାଡି (ଏସୟୁଭି) ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ମୁତାବକ, ପୀଡିତାମାନେ ଧମତରୀ ଜିଲ୍ଲାର ସୋରମ-ଭଟଗାଓଁ ଗାଁର ବାସିନ୍ଦା ଏବଂ ସେମାନେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ। ବୁଧବାର ରାତିରେ ପୁରୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଜଗତାରା ଗ୍ରାମ ନିକଟରେ ଜାତୀୟ ରାଜପଥ -୩୦ ରେ ଏହି ଦୁର୍ଘଟଣା ଘଟିଥିଲା।
ପୁରୁର ପୋଲିସ ଷ୍ଟେସନର ଧିକାରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, ପୀଡିତାମାନେ କାଙ୍କେର ଜିଲ୍ଲାର ମର୍କାଟୋଲା ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବାବେଳେ ସେମାନଙ୍କ ଗାଡି ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମହିନ୍ଦ୍ରା ବୋଲେରୋରେ ଯାତ୍ରା କରୁଥିବା ଦଶ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିଲା।