ଗୁପ୍ତଚର ବୃତ୍ତି ଅଭିଯୋଗ : ପାକିସ୍ତାନୀ ଜେନେରାଲଙ୍କୁ ଆଜୀବନ କାରାଦଣ୍ଡ

Published: May 31, 2019, 10:20 am IST

ପାକିସ୍ତାନୀ ସେନା ବାହିନୀ ପକ୍ଷରୁ ଏହାର ଜନୈକ ପୂର୍ବତନ ଜେନେରାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ସମାନ ମାମଲାରେ ଜଣେ ବିଗ୍ରେଡିୟର ଏବଂ ସାଧାରଣ କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ମିଲିଟାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କମର ଜାଭେଦ୍‌ ବାଜଓ୍ବା ତିନି ଜଣଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଅବସରପ୍ରାପ୍ତ ଜେନେରାଲ ଜାଭେଦ୍‌ ଇକ୍‌ବାଲଙ୍କୁ ୧୪ ବର୍ଷ କାରାଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ଅବସରପ୍ରାପ୍ତ ବିଗ୍ରେଡିୟର ରାଜା ରିଜଓ୍ବାନ ଏବଂ ସେନାରେ ଡାକ୍ତର ଭାବରେ କାମ କରୁଥିବା ଓ୍ବାସିମ୍‌ ଆକ୍ରମଙ୍କୁ ମୃତ୍ୟ ଦଣ୍ଡାଦେଶ ଶୁଣାଯାଇଛି।

Related posts