ନୁଆଁପଲି ଗ୍ରାମରେ ବୃଦ୍ଧଙ୍କୁ ହତ୍ୟା, ଦୁଇ ଯୁବକ ଅଟକ

Published: May 5, 2023, 6:59 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ନୁଆଁପଲି ଗ୍ରାମରେ ଗୁରୁବାରୀ ନାହାକ ନାମକ ଜଣେ ବୃଦ୍ଧଙ୍କୁ ଭଣଜା ଇଶ୍ୱର ପ୍ରଧାନ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ସ୍ତ୍ରୀ ରଇବାରୀ ନାହାକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଜମିବାଡ଼ି ସଂପର୍କିତ ଗଣ୍ଡଗୋଳକୁ ନେଇ ମାମୁଁ ଭଣଜା ମଧ୍ୟରେ ବହୁ ଆଗରୁ ମନୋମାଳିନ ଥିଲା। ଆଜି ଗାଁର ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ଜାଗା ରେ ଘର କାମ ଦେଖିବାକୁ ଗୁରୁବାରୀ ଯାଇଥିଲା ବେଳେ ଈଶ୍ୱର ଏକ କଟୁରିରେ ମାମୁଁ ଅତର୍କିତ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇଥିଲା। ଗାଁ ଲୋକେ ସଙ୍ଗେ ସଙ୍ଗେ ଗୁରୁବାରୀଙ୍କୁ ସୁମଣ୍ଡଳ ଡ଼ାକ୍ତରଖାନାକୁ ନେଇ ଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍ତ୍ରୀ ର ଏତଲା ଗ୍ରହଣ କରି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଇଶ୍ୱର ସମେତ ଦୁଇ ଜଣ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି।

Related posts