Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ସେନସର୍ ସାର୍ଟିଫିକେଟ୍
ଆଜିର ଖବର

ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ସେନସର୍ ସାର୍ଟିଫିକେଟ୍

May 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ‘ଟି’ କୁ ମିଳିଲା ‘U/A’ ସେନସର୍ ସାର୍ଟିଫିକେଟ୍। ଫିଲ୍ମ ଟି ଶୁଟିଂ ଆରମ୍ଭରୁ ହିଁ ଚର୍ଚ୍ଚାରେ ଥିଲା। ପୂର୍ବରୁ ଏହି ସିନେମାର ନିର୍ମାଣ ନେଇ ସେନସର୍ ବୋର୍ଡ ପକ୍ଷରୁ ଆପତ୍ତି କରାଯାଇଥିଲା। କିନ୍ତୁ ପରେ କିଛି ମାତ୍ର ସିନ କାଟି ଫିଲ୍ମକୁ ମିଳିଛି ‘U/A’ ସେନସର୍ ସାର୍ଟିଫିକେଟ୍ ଓ ଓଡ଼ିଶାରେ ବିଭିନ୍ନ ଫିଲ୍ମ ହଲରେ ରିଲିଜ ପାଇଁ ବାଟ ଫିଟିଛି। ଯଦିଓ ଫିଲ୍ମର ନିର୍ମାତା ଏହାର ରିଲିଜ ନେଇ କୌଣସି ତାରିଖ ଠିକ କରି କହିନାହାନ୍ତି, କିନ୍ତୁ ଲାଗୁଛି ଚଳିତ ମେ’ ମାସ ମଧ୍ୟଭାଗରେ ଦର୍ଶକଙ୍କ ନିକଟସ୍ଥ ହଲରେ ନିଶ୍ଚୟ ରିଲିଜ ହେବ।

ବର୍ତ୍ତମାନ ରାଜ୍ୟ ତଥା ରାଜ୍ୟ ବାହାରେ ଓଲିଉଡ ଏବେ ଖୁବ୍ ଚର୍ଚ୍ଚାରେ। ଏହି ସମୟ ଭିତରେ ବିଶିଷ୍ଟ ନିର୍ଦ୍ଦେଶକ ଜିତେଶ କୁମାରଙ୍କ ନିର୍ଦ୍ଦେଶିତ ‘ଟି’ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୨ ପ୍ରଦର୍ଶିତ ହୋଇ ଜୁରୀ ତଥା ଦର୍ଶକଙ୍କ ହୃଦୟ ଜିତିବା ସହ ରାଜ୍ୟ ପାଇଁ ଗୌରବ ଆଣିଥିଲା। ଭାରତରେ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବାର ସାହସ ପାଇଁ ଉତ୍ସବରେ ଉପସ୍ଥିତ ଥିବା ସିନେମା ଜଗତର ସବୁ ବିଶିଷ୍ଟ ବ୍ୟକ୍ତି ‘ଟି’ର ନିର୍ଦ୍ଦେଶକଙ୍କ ସାହ ପୁରା ଟିମର ଭୁୟସୀ ପ୍ରଶଂସା କରିଥିଲେ।

ସମାଜରେ ଟ୍ରାନ୍ସଜେଣ୍ଡର ସବୁବେଳେ ଅବହେଳିତ ଓ ନିଷ୍ପେସିତ। କିନ୍ତୁ ତା’ ପରେ ବି ମେଘନା ଆଗକୁ ବଢିଛନ୍ତି। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି। ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ।

‘ଟି’ର ନିର୍ଦ୍ଦେଶକ ଜିତେଶ କୁମାର ଏହି ଅବସରେ କହିଥିଲେ ଯେ, “ଏହି ଫିଲ୍ମଟି ଆମ ପାଇଁ ବହୁତ ମହତ୍ଵ ରଖେ। କାରଣ ଆମେ ଜଣେ କିନ୍ନରଙ୍କ ସଂଘର୍ଷମୟ ଜୀବନର କାହାଣୀ ଭିତରେ ତାଙ୍କ ବିବାହ ଓ ଦେଶର ପ୍ରଥମ ଟ୍ରାନସଜେଣ୍ଡର କ୍ୟାବ ଡ୍ରାଇଭର ଭାବେ କାମ କରିବା ଏ ସବୁକୁ ପରଦାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛୁ। ଆଶା କରୁ ଫିଲ୍ମଟି ନିଶ୍ଚୟ ସମାଜ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ। ଏହାର ରିଲିଜ ପାଇଁ ଆମେ ବହୁତ ଉତ୍ସାହିତ।

ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କାଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.