Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆୟବୃଦ୍ଧି ଦିଗରେ ସମନ୍ୱିତ କୃଷି ଓ ଫସଲର ବିବିଧିକରଣ ଏକ ଫଳପ୍ରଦ ପଦକ୍ଷେପ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ
ଆଜିର ଖବର

ଆୟବୃଦ୍ଧି ଦିଗରେ ସମନ୍ୱିତ କୃଷି ଓ ଫସଲର ବିବିଧିକରଣ ଏକ ଫଳପ୍ରଦ ପଦକ୍ଷେପ: କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ

May 6, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସମନ୍ୱିତ କୃଷି ଏବଂ ଫସଲର ବିବିଧିକରଣ ଏକ ଫଳପ୍ରଦ ପଦକ୍ଷେପ ଏବଂ ଏହା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି। କୃଷି ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ଚାଷୀଙ୍କୁ ବର୍ଷସାରା ରୋଜଗାର ଯୋଗାଇବା ସହିତ ଆୟବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକ ଏକତ୍ର କାର୍ଯ୍ୟକାରୀ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

କୃଷି ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମନ୍ୱିତ କୃଷି, ଫସଲର ବିବିଧିକରଣ ଏବଂ ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ସମନ୍ୱିତ କୃଷିକୁ ପ୍ରୋତ୍ସାହନ ପ୍ରଦାନ ଦିଗରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ସମନ୍ୱିତ କୃଷି କ୍ଷେତ୍ରରେ ହିତାଧିକାରୀ ଚାଷୀଙ୍କ ଚୟନ ପ୍ରକ୍ରିୟାକୁ ତ୍ୱରିତ ବେଗରେ କରିବା ପାଇଁ କହିଥିଲେ । ରାଜ୍ୟର ୯ଟି ଜନଜାତି ଅଧ୍ୟୁଷିତ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, ନୂଆପଡ଼ା ଏବଂ ମୟୂରଭଞ୍ଜର ୩୦୦ଟି ଗ୍ରାମ ପଞ୍ଚାୟତରେ ଗୋଷ୍ଠୀଭିତ୍ତିକ ଏବଂ ସ୍ୱତନ୍ତ୍ର ସମନ୍ୱିତ କୃଷି ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ୩୦୦ଟି ଗ୍ରାମପଞ୍ଚାୟତର ପ୍ରାୟ ୭୫ ହଜାର ହେକଫର ଚାଷ ଜମିରେ ଏହି ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ପ୍ରତି ଗ୍ରାମପଞ୍ଚାୟତର ଅନ୍ତତଃ ପକ୍ଷେ ୬୦୦ ପରିବାରକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୧ ଲକ୍ଷ ୮୦ ହଜାର କୃଷକ ପରିବାର ଉପକୃତ ହେବେ।

ଏଥି ସହିତ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ବ୍ୟକ୍ତିଗତ ଯୋଜନାରେ ୪୨୩୮ଟି ସମନ୍ୱିତ କୃଷି ଯୋଜନାର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଜଳବାୟୁ ପରିବର୍ତ୍ତନ ଓ ବୃଷ୍ଟିପାତର ଅନିୟମିତତାକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ୨୨ଟି ଜିଲ୍ଲାର ଏକ ଲକ୍ଷ ୪୨ ହଜାର ହେକଫର ଜମିରେ ଅଣଧାନ ଡାଲି, ଚିନାବାଦାମ, ମକା, ରାଶି, ମାଣ୍ଡିଆ, କପା ଓ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି।

ବୈଠକରେ ଗତ ତିନିବର୍ଷ ମଧ୍ୟର ବିଭିନ୍ନ ଯୋଜନାରେ ଧାନ ଫସଲରୁ ଅଣଧାନ ଫସଲ ଯଥା: ଡାଲି, ତୈଳବୀଜ, ମାଣ୍ଡିଆ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରାଯାଇଥିବା ଜମିର ପରିମାଣର ଏକ ଡାଟାବେସ୍‌ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ଫସଲର ବିବିଧିକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ ବଦଳରେ ଜଳବାୟୁ ସହନଶୀଳ ମାଣ୍ଡିଆ ତଥା ଅନ୍ୟ ଅଣଧାନ ଫସଲ ଚାଷ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଯେଉଁ ଚାଷୀମାନଙ୍କର ସହାୟତା ଅବଧି ଶେଷ ହୋଇଯାଇଛି ସେମାନେ ଯେପରି ଦୀର୍ଘକାଳୀନ ଭିତ୍ତିରେ ଅଣଧାନ ଚାଷକୁ ପୋଷଣୀୟ ଢଙ୍ଗରେ କରିପାରିବେ ସେ ଦିଗରେ ବିଭାଗ ପକ୍ଷରୁ ତଦାରଖ ଓ ଆବଶ୍ୟକ ସହଯୋଗ ଯୋଗାଇଦେବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ସମନ୍ୱିତ କୃଷି କ୍ଷେତ୍ରରେ ଉଦ୍ୟାନ କୃଷି, ମାଛଚାଷ ଓ ପ୍ରାଣୀପାଳନକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ବୃଷ୍ଟିପୁଷ୍ଟ ଅଞ୍ଚଳ ଓ ଜଳସେଚିତ ଅଞ୍ଚଳରେ ଜଳବାୟୁ ଓ ମୃତ୍ତିକାକୁ ଦୃଷ୍ଟିରେ ରଖି ଚାଷକାର୍ଯ୍ୟ ଓ ଆନୁଷଙ୍ଗିକ କୃଷିକାର୍ଯ୍ୟ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଭାଗ ପକ୍ଷରୁ ସମନ୍ୱିତ କୃଷି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ କ୍ଷେତ୍ରୀୟ ସ୍ତରରେ ଯୋଜନା ରୂପାୟନରେ କୌଣସି ପ୍ରକାରର ଅନିୟମିତତା ଓ ଅବହେଳା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନକୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେଇଥିଲେ।

ଆୟବୃଦ୍ଧି କୃଷି ଓ ଫସଲର ବିବିଧିକରଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.