ଚଳିତ ବିଶ୍ବକପ୍ର ଦୁଇ ଦଳ ପାକିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ୍ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଟ୍ରେଣ୍ଟବ୍ରିଜ୍ର ନଟିଂହାମ୍ରେ ଶୁକ୍ରବାର ଏହି ମ୍ୟାଚ୍ ଖେଳାଯିବ। ନଟିଂହାମ୍ ପିଚ୍କୁ ସର୍ବଦା ବ୍ୟାଟିଂ ଭୂସ୍ବର୍ଗ କୁହାଯାଉଥିବା ବେଳେ ଅଭ୍ୟାସ ମ୍ୟାଚ୍ରେ ଓ୍ବେଷ୍ଟ ଇଣ୍ଡିଜ୍ ୪୨୧ ରନ୍ ସଂଗ୍ରହ କରିଥିଲା। ଇଣ୍ଡିଜ୍ର ବ୍ୟାଟିଂ ଶକ୍ତିଶାଳୀ ମନେ ହେଉଥିଲେ ମଧ୍ୟ ବୋଲିଂ ସାମାନ୍ୟ ଭାବରେ ଦୁର୍ବଳ ରହିଛି। ମାତ୍ର ଦଳରେ ଏକାଧିକ ଅଲରାଉଣ୍ଡର ରହିଥିବାରୁ ଏହା ଦଳକୁ ବିବିଧତା ପ୍ରଦାନ କରିବ। ସର୍ଫରାଜ ଅହମ୍ମଦଙ୍କ ପାଳକିସ୍ତାନ ଦଳ ମଧ୍ୟ ବିଜୟ ସହିତ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ବାବର ଆଜମ ଏବଂ ଫକର ଜମାନଙ୍କ ଉପରେ ଦଳର ବ୍ୟାଟିଂ ନିର୍ଭରଶୀଳ ରହିବ। ମହମ୍ମଦ ଆମିର ଫିଟ୍ ଘୋଷିତ ହୋଇଥିବାରୁ ଅନ୍ୟ ପେସ୍ ବୋଲର ହସନ ଅଲୀ, ଓ୍ବାହାବ ରିଆଜଙ୍କ ମନୋବଳ ବୃଦ୍ଧିରେ ଏହା ସହାୟକ ହେବ ବୋଲି କୁହାଯାଉଛି। ପାକିସ୍ତାନ ନିଜର ଅନ୍ତିମ ୧୦ ଏକ ଦିବସୀୟ ମ୍ୟାଚ୍ରୁ ୯ଟିରେ ପରାଜିତ ହୋଇଥିବା ବେଳେ ଇଣ୍ଡିଜ୍ ଉପରେ ମଧ୍ୟ ଭରସା କରି ହେବ ନାହିଁ। ଆନ୍ଦ୍ରେ ରସେଲ ଏବଂ ଫାବିଆନ୍ ଆଲେନ୍ଙ୍କ ଉପରେ ନିର୍ଭର କରିବେ ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡର। ନଟିଂହାମ୍ରେ ମ୍ୟାଚ୍ ଅପରାହ୍ନ ୨.୩୦ରେ ଆରମ୍ଭ ହେବ।
ବିଶ୍ବକପ୍ର ଦ୍ବିତୀୟ ମୁକାବିଲାରେ ପାକିସ୍ତାନ- ଓ୍ବିଣ୍ଡିଜ୍ ମୁହାଁମୁହିଁ
Published:
May 31, 2019, 10:58 am IST
Tags: