ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର ସଂଘର ପ୍ରତିନିଧିଙ୍କ ସହ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଆଲୋଚନା

Published: May 7, 2023, 12:21 am IST

ଭୁବନେଶ୍ୱର: ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର ସଂଘର ପ୍ରତିନିଧିଙ୍କ ସହିତ ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଲୋଚନା କରିଛନ୍ତି। କୃଷିଭବନଠାରେ ଆୟୋଜିତ ବୈଠକରେ ସମସ୍ତ ୩୦ଟି ଜିଲ୍ଲାର ଓଡ଼ିଶା ପ୍ରାଣୀ ଚିକିତ୍ସାସେବା କ୍ୟାଡର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡର ଚାକିରି ସର୍ତ୍ତାବଳୀର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବରେ ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟଙ୍କ ସମେତ ସମସ୍ତ ଜିଲ୍ଲାର ସିଡିଭିଓମାନେ ଉପସ୍ଥିତ ଥିଲେ।

Related posts