Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦି ମନ୍ତ୍ରୀମଣ୍ଡଳରେ ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ : ଶାହାଙ୍କୁ ଅର୍ଥ ଏବଂ ରାଜନାଥଙ୍କୁ ଗୃହ ବିଭାଗ ସମ୍ଭାବନା!
ଆଜିର ଖବର

ମୋଦି ମନ୍ତ୍ରୀମଣ୍ଡଳରେ ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ : ଶାହାଙ୍କୁ ଅର୍ଥ ଏବଂ ରାଜନାଥଙ୍କୁ ଗୃହ ବିଭାଗ ସମ୍ଭାବନା!

May 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁରୁବାର ନିଜର ୫୭ ଜଣିଆ ମନ୍ତ୍ରୀମଣ୍ଡଳ ସହ ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଜି ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଏବଂ ସାଧାରଣ ଅଭିଯୋଗ, ପେନ୍‌ସନ୍‌, ଆଣବିକ ଶକ୍ତି, ମହାକାଶ ବିଜ୍ଞାନ ଏବଂ ଅନ୍ୟାନ୍ୟ ବଣ୍ଟାଯାଇନଥିବା ବିଭାଗ ରଖିଥିବା ନେଇ ସୂଚନା ମିଳିଥିବା ବେଳେ ରାଜନାଥ ସିଂଙ୍କୁ ଗୃହ ମନ୍ତ୍ରଣାଳୟର ଦାୟିତ୍ବ ପୁନର୍ବାର ପ୍ରଦାନ କରାଯିବା ସମ୍ଭାବନା ରହିଛି। ପ୍ରଥମ ଥର ପାଇଁ କ୍ୟାବିନେଟ୍‌ରେ ପ୍ରବେଶ କରିଥିବା ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୀୟୁଷ ଗୋୟଲଙ୍କୁ ରେଳ ମନ୍ତ୍ରାଳୟ ମିଳିବାର ସମ୍ଭାବନା ରହିଛି। ନୀତିନ ଗଡକରୀଙ୍କୁ ପୂର୍ବପରି ସଡକ ଚଳାଚଳ ଓ ପରିବହନ ଏବଂ ଜାହାଜ ଚଳାଚଳ ମନ୍ତ୍ରାଳୟ ସହିତ ଗଙ୍ଗା ସଫେଇ ମନ୍ତ୍ରାଳୟର ଦାୟିତ୍ବ ଏବଂ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ବ ପୁନର୍ବାର ପ୍ରଦାନ କରାଯାଇପାରେ ବୋଲି ଜଣାପଡିଛି।

ସାମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ତାଲିକା :
ନରେନ୍ଦ୍ର ମୋଦି : ମୋଦି ବ୍ୟକ୍ତିଗତ ଏବଂ ସାଧାରଣ ଅଭିଯୋଗ, ପେନ୍‌ସନ୍‌, ଆଣବିକ ଶକ୍ତି, ମହାକାଶ ବିଜ୍ଞାନ ଏବଂ ଅନ୍ୟାନ୍ୟ ବଣ୍ଟାଯାଇନଥିବା ବିଭାଗ
ରାଜନାଥ ସିଂ : ଗୃହ ବିଭାଗ
ଅମିତ ଶାହ : ଅର୍ଥ ମନ୍ତ୍ରାଳୟ
ନିର୍ମଳା ସୀତାରମଣ : ପ୍ରତିରକ୍ଷା ମନ୍ତ୍ରୀ
ଏସ୍‌ ଜୟଶଙ୍କର : ବୈଦେଶିକ ମନ୍ତ୍ରାଳୟ
ନୀତିନ ଗଡକରୀ : ସଡକ ଚଳାଚଳ ଓ ପରିବହନ ଏବଂ ଜାହାଜ ଚଳାଚଳ ମନ୍ତ୍ରାଳୟ ସହିତ ଗଙ୍ଗା ସଫେଇ ମନ୍ତ୍ରାଳୟ
ଡି ଭି ସଦାନନ୍ଦ ଗୌଡା : ପରିସଂଖ୍ୟାନ ଏବଂ ଯୋଜନା ପରିଚାଳନା ମନ୍ତ୍ରାଳୟ
ରବି ଶଙ୍କର ପ୍ରସାଦ : ଆଇନ୍‌ ଏବଂ ଆଇଟି ମନ୍ତ୍ରାଳୟ
ରମେଶ ପୋଖରିଆଲ ନିଶଙ୍କ : ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ
ସ୍ମୃତି ଜୁବିନ୍‌ ଇରାନୀ : ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ
ନରେନ୍ଦ୍ର ସିଂ ତୋମାର : ସଂସଦୀୟ ବ୍ୟାପାର, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରାଳୟ
ଥାଓ୍ବର ଚାନ୍ଦ ଗେହଲଟ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ
ପୀୟୁଷ ଗୋୟଲ : ରେଳ ମନ୍ତ୍ରାଳୟ

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.