ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା

Published: May 9, 2023, 9:45 am IST

କୈଳାଶ ଚନ୍ଦ୍ର ଚୋଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗିରିରୋଡ୍ ନିକଟରେ ଅବସ୍ଥିତ ପଦ୍ମାବତୀ ଛାତ୍ରୀ ନିବାସରେ ସୁଞାନୀ ସ୍ବାଇଁ ନାମକ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା କରିଥିବା ଛାତ୍ରୀ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଶ୍ରେଣୀର ଦ୍ଵିତୀୟ ବର୍ଷ ଛାତ୍ରୀ ଓ ତା’ର ଘର ଶେରଗଡ଼ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ବୋଲି ଜଣାପଡିଛି। ସେ କିଛିଦିନ ହେଲା ଗାଁ କୁ ଯାଇ ସୋମବାର ସନ୍ଧ୍ୟାରେ ଫେରିଥିଲା। ଗୋଟିଏ ରୁମରେ ୪ ଜଣ ଛାତ୍ରୀ ମିଶି ରହୁଥିଲେ। କିନ୍ତୁ ସେ ରୁମକୁ ଆସିଲା ବେଳକୁ କେହି ନଥିଲେ।

ସହପାଠୀ ମାନେ ରୁମକୁ ଆସି କବାଟ ବାଡ଼େଇବାପରେ ସୁଜ୍ଞାନୀ କବାଟ ନଖୋଲିବାରୁ ସେମାନେ ହଷ୍ଟେଲ ମାଲିକଙ୍କୁ ଖବର ଦେଇଥିଲେ ଓ ମାଲିକ ଆସି କବାଟ ଖୋଲିଲା ବେଳକୁ ସେ ଉକ୍ତ ରୁମ୍ ଭିତରେ ନିଜର ଓଢଣି ବେକରେ ଗୁଡେଇ ଉପର ଫ୍ୟାନରେ ଝଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ମାଲିକ ପୋଲିସ କୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖବର ପାଇ ସୁଞାନୀ ପରିବାର ଲୋକେ ଆସି ପହଞ୍ଚିଛନ୍ତି। ଆତ୍ମହତ୍ୟା ର କାରଣ ଜଣାପଡ଼ିନାହିଁ।

Related posts