ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାର ଅଭିଯୋଗ ଆଣିଲେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ

Published: May 31, 2019, 12:41 pm IST

ଗତକାଲି ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦିଙ୍କ ସମେତ ୫୮ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏଥିରେ ରହିଛନ୍ତି ୨୪ଜଣ କ୍ୟାବିନେଟ୍‌  ୨୪ ଜଣ ରାଷ୍ଟ୍ର ମନ୍ତ୍ରୀ ଓ ୯ ଜଣ ସ୍ବତନ୍ତ୍ର ପାହ୍ୟା ରାଷ୍ଟ୍ରମନ୍ତ୍ରୀ। ତେବେ ଚଳିତଥର ଓଡ଼ିଶାରେ ବିଜେପି ବେଶ୍‌ ଭଲ କରିଥିଲା। ଲୋକସଭା ଆସନରେ ୮ଟି ଆସନରେ ବାଜିମାତ୍‌ କରିଥିଲା। ପଶ୍ଚିମ ଓଡ଼ିଶାରେ ୬ଜଣ ସାଂସଦ (ବିଜେପି) ଜିତିଥିବାବେଳେ ଗତକାଲି ମୋଦିଙ୍କ କ୍ୟାବିନେଟ୍‌ରେ ଏମାନଙ୍କୁ ମଧ୍ୟରୁ କାହାରିକୁ ସ୍ଥାନ ମିଳିନାହିଁ। ଏହାକୁ ନେଇ ଅଭିଯୋଗ କରିଛନ୍ତି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ମୋଦି ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରିଛନ୍ତି ବୋଲି ସୁଶାନ୍ତ କହିଛନ୍ତି। ମଉକା ଦେଖି ସୁଶାନ୍ତ ଚୌକା ମାରିଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପଶ୍ଚିମ ଓଡ଼ିଶାରେ ବିଜେପିର ଅଦ୍ଭୁତପୂର୍ବ ସଫଳତା ପରେ ମଧ୍ୟ ପଶ୍ଚିମ ଓଡ଼ିଶାକୁ ଅବହେଳା କରିଛନ୍ତି ମୋଦି ସରକାର।

Related posts