
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚଣ୍ଡିଗଡରେ ଭାରତର ପ୍ରଥମ ଭାରତୀୟ ବାୟୁ ସେନା ଐତିହ୍ୟ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ଏହା ଏକ ଉଲ୍ଲେଖନୀୟ ଉଦ୍ୟମ, ଯାହା ଆମ ଦେଶ ପ୍ରତି ବାୟୁ ସେନାର ସମୃଦ୍ଧ ଅବଦାନକୁ ଆହୁରି ଗୌରବାଜ୍ୱଳ କରିବ।”