Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳ, ପରିମଳ ଏବଂ ସ୍ୱଚ୍ଛତା ସେବାରେ ଓଡ଼ିଶା ଦେଶରେ ଅଗ୍ରଣୀ
ଆଜିର ଖବର

ଜଳ, ପରିମଳ ଏବଂ ସ୍ୱଚ୍ଛତା ସେବାରେ ଓଡ଼ିଶା ଦେଶରେ ଅଗ୍ରଣୀ

May 12, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜଳ, ପରିମଳ ଏବଂ ସ୍ୱଚ୍ଛତା (ୱାସ୍‌) ସେବାର କାର୍ଯ୍ୟାନ୍ୱୟନ ଏବଂ ଅଗ୍ରଗତି ସଂପର୍କିତ ଏକ କର୍ମଶାଳା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ୟୁନିସେଫ୍‌, ରାଜ୍ୟ ତଥା ଜାତୀୟ ଉନ୍ନୟନ ସହଯୋଗୀଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନ୍‌ଭେନସନ୍‌ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏହି କର୍ମଶାଳାରେ ସଭାପତିତ୍ୱ କରି କହିଥିଲେ ଯେ ଓଡ଼ିଶାର ୩୦ରୁ ଅଧିକ ପ୍ରତିଶତ ଗ୍ରାମକୁ ବାହ୍ୟମଳମୁକ୍ତ (ଓଡିିଏଫ୍‌ ପ୍ଲସ୍‌) ଗ୍ରାମ ଭାବରେ ଘୋଷଣା କରାଯାଇଛି। ଓଡ଼ିଏଫ୍‌ ପ୍ଲସ୍‌ ଗ୍ରାମଗୁଡ଼ିକର ବର୍ତ୍ତମାନର ସ୍ଥିତି ଉପରେ ଧ୍ୟାନ ଦେବା ଉଚିତ। ଏହା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ସଂଯୋଜିତ କରିବା ପାଇଁ ଅର୍‌ବାନ୍‌ ଫୋକାଲ ସ୍ଲଜ୍‌ ଟି୍ରଟ୍‌ମେଣ୍ଟ ପ୍ଲାଣ୍ଟଠାରୁ ୨୦ କିମି ଦୂରରେ ଥିବା ଗ୍ରାମପଞ୍ଚାୟତ ଏବଂ ଗ୍ରାମଗୁଡ଼ିକର ଆବଶ୍ୟକତା ପୂରଣ ଦିଗରେ ବିଶେଷ ଭାବରେ ଧ୍ୟାନ ଦେବା ଉଚିତ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଥିଲେ।

ଏହି କର୍ମଶାଳାରେ ସ୍ଥାୟୀ ବିକାଶ ଲକ୍ଷ୍ୟ ୬ (ଏସ୍‌ଡିଜି ୬)ର ଅଗ୍ରଗତି ଓ ସମସ୍ୟା ଉପରେ ବିଶଦ ଭାବରେ ଆଲୋଚନା କରାଯାଇ ଓଡ଼ିଶାର ପ୍ରତ୍ୟେକ ଲୋକ କିପରି ସ୍ଥାୟୀ ଭାବରେ ନିରାପଦ ଜଳ, ପରିମଳ ଏବଂ ସ୍ୱାଚ୍ଛତା (ୱାସ୍‌) ସେବା ଅଗ୍ରାଧିକାର ଭିତ୍ତିରେ ପାଇପାରିବେ ସେ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜଳ, ପରିମଳ ଏବଂ ସ୍ୱଚ୍ଛତା ସେବା ସଂପର୍କିତ ନୀତି, ପ୍ରକ୍ରିୟା, ଅର୍ଥ ଆବଣ୍ଟନ, ଆନୁଷ୍ଠାନିକ ବିଧିବ୍ୟବସ୍ଥାକୁ କିପରି ଅଧିକ ସଂଯୋଜିତ ଏବଂ କ୍ରିୟାଶୀଳ କରାଯାଇପାରିବ ସେ ଦିଗରେ ମଧ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା ହୋଇଥିଲା।

ଶୌଚାଳୟର ରେଟ୍ରୋଫିଟିଙ୍ଗ୍‌ ପାଇଁ ବହୁମୁଖୀ ଉପାୟ ଅବଲମ୍ବନ କରିବା ଅର୍ଥ ହେଉଛି ଏକକ ପିଟ୍‌ ଶୌଚାଳୟକୁ ଯୁଗ୍ମ ପିଟ୍‌ ଶୌଚାଳୟରେ ପରିବର୍ତ୍ତନ କରିବା ଏବଂ ଫେକାଲ ସ୍ଲଜ୍‌ ମ୍ୟାନେଜ୍‌ମେଣ୍ଟ ବ୍ୟବସ୍ଥାର ସୁପରିଚାଳନା। ଏହି ଅଭିନବ ଉପାୟ ଅବଲମ୍ବନରେ ଓଡ଼ିଶା ଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧିନରେ ବ୍ୟକ୍ତିଗତ ସୋକ୍‌ପିଟ୍‌ ନିର୍ମାଣର ବିଧାନ ରହିଛି। ଅଧୁନା ଚାଲିଥିବା ସୁଜଳମ୍‌ ୩.୦ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ଉଭା ହେବାରେ ସଫଳ ହୋଇଛି ବୋଲି ରାଜ୍ୟ ସରକାରଙ୍କ ପାନୀୟ ଜଳ ବିଭାଗର ନିର୍ଦ୍ଦେଶକ ବି. ପରମେଶ୍ୱରନ୍‌ ଉଲ୍ଲେଖ କରିଛନ୍ତି।

ସରକାର ଜାତୀୟ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ନିରାପଦ ପାନୀୟ ଜଳ ଯୋଗାଉଛନ୍ତି। ପ୍ରତିଗୃହକୁ ଟ୍ୟାପ୍‌ ଜଳ ସଂଯୋଗୀକରଣ ଦ୍ୱାରା ଗ୍ରାମୀଣ ଜୀବନଜୀବିକାରେ ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ପଡ଼ୁଛି ବୋଲି ସେ ମଧ୍ୟ କହିଛନ୍ତି।

ଗ୍ରାମାଞ୍ଚଳରେ ବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କର ଶିଶୁମାନେ ପଛରେ ରହିିଯିବାର ଭୟ ରହିଛି। ଏହି ଅର୍ଥନୈତିକ-ଭୌଗୋଳିକ ବିଭେଦ ଏବଂ ସେମାନଙ୍କର ମାନବାଧିକାର ଅକ୍ଷୁଣ୍ଣ ରଖିବାକୁ ହେଲେ ସରକାରଙ୍କୁ ସେମାନଙ୍କ ଉପରେ ବିନିଯୋଗ କରିବାକୁ ପଡ଼ିବ ବୋଲି ୟୁନିସେଫ୍‌ର ୱାସ୍‌-ସିସିଏସ୍‌ ବଶେଷଜ୍ଞ ଶିପ୍ରା ସକ୍ସେନା ପ୍ରକାଶ କରିଛନ୍ତି।

ୟୁନିସେଫ୍‌, ୱାଟର ଏଡ୍‌, ୱାଟର ଫର ପିପୁଲ୍‌, ସୁସାନା ଏବଂ ଆଇଆର୍‌ସି ଭଳି ଉନ୍ନୟନ ସହଯୋଗୀମାନେ ଆଞ୍ଚଳିକ, ରାଜ୍ୟ ଏବଂ ଜାତୀୟସ୍ତରରେ ୱାସ୍‌ସେବାର ସ୍ଥ୍ୱାୟୀତ୍ୱ, ସୁଦୃଢ଼ୀକରଣ, ଗୁଣାତ୍ମକ ତଥ୍ୟ ସଂଗ୍ରହ ଏବଂ ସମନ୍ୱୟ ଉପରେ ଆଲୋକପାତ କରିଥିଲେ।
ଏହି କର୍ମଶାଳାରେ ଅତିରିକ୍ତ ଶାସନ ସଚିବ ସୁବାସ ଦାସ, ସମସ୍ତ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିମଳ ପରାମର୍ଶଦାତା, ଆଇଆର୍‌ସି ପକ୍ଷରୁ ସନି ଶାହା, ୱାଟର ଏଡ୍‌ର ଅନୁରାଗ, ୱାଟର ଫର ପିପୁଲର ଅର୍ପିତା ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.