
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଟ୍ୱିଟ ପଞ୍ଜାବରେ ରାଜନୈତିକ ହଲଚଲ ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ ମାନ ଟୁଇଟ୍ କରି ଲେଖିଛନ୍ତି ଯେ, ‘ଆଜି ଆମେ ଏକ ଐତିହାସିକ ନିଷ୍ପତ୍ତି ନେବାକୁ ଯାଉଛୁ, ଯାହା ଶିଳ୍ପ ଜଗତକୁ ବହୁତ ଆଶ୍ଵସ୍ତି ଦେବ ଏବଂ ପଞ୍ଜାବର ନିବେଶକମାନେ ଅସୁବିଧା ଏବଂ ଦୁର୍ନୀତିରୁ ମୁକ୍ତି ପାଇବେ। ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହେବ ଯାହାକି ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପରେ ଆଜି ଅପରାହ୍ନରେ ଏକ ବଡ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି।
Tags: ପଞ୍ଜାବ ମୁଖ୍ୟମନ୍ତ୍ରୀ, ଭଗବନ୍ତ ମାନ