Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତକୁ ନେଇ ତିଆରି ହେବ ବାଲୁକା କଳା
ଆଜିର ଖବର

ଆଜି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ ବିଷୟବସ୍ତକୁ ନେଇ ତିଆରି ହେବ ବାଲୁକା କଳା

May 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ଶୀର୍ଷକ ବାର୍ତ୍ତାକୁ ଏକ ବ୍ୟାପକ ଅଭିଯାନ ଆକାରରେ ପ୍ରଚାରପ୍ରସାର କରାଯିବ। ବିବିଧ ସଂସ୍କୃତି ଓ ସମୁଦାୟଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଆଧାରିତ ବହୁପକ୍ଷବାଦ ଉପରେ ଭାରତର ଅତୁଟ ବିଶ୍ୱାସକୁ ପ୍ରକଟ କରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି।

ଭୁବନେଶ୍ୱର ଠାରେ ଆଜି ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅଧୀନରେ ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’’ ବାର୍ତ୍ତାକୁ ନେଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆସନ୍ତାକାଲି ଅର୍ଥାତ୍‌ ୧୪ ତାରିଖରେ ଏକ ବାଲୁକା କଳାକୃତି ପ୍ରଦର୍ଶନ କରିବେ। ଏହି ବାଲୁକା କଳାକୁ କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଡୋନର ମନ୍ତ୍ରୀ ଜି. କିଶନ ରେଡ୍ଡୀ ଏବଂ କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉଦଘାଟନ କରିବେ।

ଆଜିର ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି। ଏଭଳି ସ୍ଥିତିରେ ସହଭାଗୀ ପରିଣାମକୁ ଆଗେଇ ନେବା ଏବଂ ସମାବେଶୀ ତଥା ସଦଭାବନାପୂର୍ଣ୍ଣ ସହାବସ୍ଥାନ ପାଇଁ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ୍‌ କରିଥାଏ’ର ବାର୍ତ୍ତା ଏହି ସତ୍ୟକୁ ସ୍ୱୀକାର କରିଥାଏ ଯେ, ଭିନ୍ନ ଭିନ୍ନ ସାଂସ୍କୃତିକ ପରମ୍ପରା ଓ ଚାଲିଚଳଣିରେ ବ୍ୟାପକ ଭିନ୍ନତା ରହିଥିଲେ ସୁଦ୍ଧା ସେଗୁଡ଼ିକ ମଧ୍ୟରେ ଏକ ଅନ୍ତର୍ନିହିତ ଆଦର୍ଶ ଓ ମୂଲ୍ୟବୋଧଗତ ସମାନତା ଦେଖିବାକୁ ମିଳେ। ସଂସ୍କୃତିରେ ଏପରି ସମ୍ଭାବନା ରହିଛି, ଯାହା ସୀମାପାର୍‌ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହିତ ରାଷ୍ଟ୍ର, ସମୁଦାୟ ଓ ବ୍ୟକ୍ତିବିଶେଷଙ୍କୁ ବାସ୍ତବ ପାରସ୍ପରିକ ଆଲୋଚନା ତଥା ବୁଝାମଣା ପାଇଁ ଅନୁପ୍ରାଣିତ କରିପାରିବ।

ସାମ୍ପ୍ରତିକ ଜାଗତିକ ସମସ୍ୟାଗୁଡ଼ିକର ଦୀର୍ଘସ୍ଥାୟୀ ଏବଂ ସନ୍ତୁଳିତ ସମାଧାନ ପାଇଁ ସହଭାଗିତା ବିକଶିତ କରିବା ନିମନ୍ତେ ସଂସ୍କୃତି ମାର୍ଗପ୍ରଶସ୍ତ କରିଥାଏ। ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’’ର ବାର୍ତ୍ତା ‘ବସୁଧୈବ କୁଟୁମ୍ବକମ’ (ସାରା ବିଶ୍ୱ ଏକ ପରିବାର) ଆଦର୍ଶକୁ ନେଇ ସାମୂହିକ ସ୍ଥାୟୀ ଭବିଷ୍ୟତ ଏବଂ ସାର୍ବଜନୀନ କଲ୍ୟାଣ ଦିଗରେ କାମ କରିବା ଲାଗି ଏକ ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରିଥାଏ।

ଭାରତରେ ବାଲୁକା କଳାର ଅଗ୍ରଦୂତ ଭାବେ ପରିଚିତ ସୁଦର୍ଶନ ପଟ୍ଟନାୟକଙ୍କୁ କଳା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନକୁ ବିଚାର କରି ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି। ତାଙ୍କର ବାଲୁକା କଳାକୃତିଗୁଡ଼ିକ ବିଶ୍ୱପ୍ରସିଦ୍ଧ ଏବଂ ବିଶ୍ୱସ୍ତରର ବିଭିନ୍ନ ପ୍ରତିଯୋଗିତାରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ନିଜ କଳାକୁ ଉପଯୋଗ କରି ସାମାଜିକ ଓ ପରିବେଶଗତ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବା ଏବଂ ଆପୋସ ହିତ ଲାଗି ଜନସାଧାରଣଙ୍କୁ ଏକଜୁଟ କରିବା ସହିତ ଶାନ୍ତି ଓ ସଦଭାବନାର ବାର୍ତ୍ତା ପ୍ରଚାର କରିବାରେ ଶ୍ରୀ ପଟ୍ଟନାୟକ ବିଶ୍ୱାସ କରିଥାନ୍ତି।

ସାରା ବିଶ୍ୱରେ ବାଲୁକା କଳା ନିର୍ମାଣ କାର୍ଯ୍ୟରେ ସାଂସ୍କୃତିକ ଏବଂ ଆଞ୍ଚଳିକ ପାର୍ଥକ୍ୟ ସତ୍ତ୍ୱେ ଗୋଟିଏ ସମାନତା ସେମାନଙ୍କୁ ଏକତ୍ରିତ କରିଥାଏ। ଏହାର ମୂଳରେ ଥିବା ସମାନତାଟି ହେଉଛି, ବାଲୁକା କଳା ପ୍ରାକୃତିକ ଦୁନିଆର ସୌନ୍ଦର୍ଯ୍ୟ ଏବଂ ଏହାର କ୍ଷଣିକ ଚରିତ୍ରକୁ ପ୍ରତିଫଳିତ କରିଥାଏ। ଏହି ଦୀର୍ଘସ୍ଥାୟୀ କଳା ସ୍ୱରୂପ, ବେଳାଭୂମିରେ ତୁରନ୍ତ ମିଳିଯାଉଥିବା ବାଲି ଓ ପାଣିରେ ତିଆରି କରାଯାଏ ଏବଂ ଏହାଦ୍ୱାରା ପ୍ରକୃତିର କୌଣସି କ୍ଷତି ହୁଏ ନାହିଁ।

ଜି୨୦ ଅଧ୍ୟକ୍ଷତା ପଦ୍ମଶ୍ରୀ ବାଲୁକା କଳା ସଂସ୍କୃତି କାର୍ଯ୍ୟଗୋଷ୍ଠୀ ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025

ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

September 9, 2025

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

September 9, 2025
Latest News

ଅଭ୍ୟାସ ସମୟରେ ମୁହାଁମୁହିଁ ହେଲେ ଭାରତ-ପାକିସ୍ତାନ ଖେଳାଳି: ଜାଣନ୍ତୁ କ’ଣ ହେଲା?

September 9, 2025

ବ୍ୟାଟେରୀ ମିନେରାଲ୍ସ ଭାଲ୍ୟୁଚେନ୍ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ

September 9, 2025

ନିଶା ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ ବିଜେପି ପକ୍ଷରୁ ନମୋ ଯୁବ ଗଣଦୌଡ଼

September 9, 2025

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

September 9, 2025

ଭାରତ ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ସ୍ବାକ୍ଷରିତ

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.