ମାନେକା ହେବେ କାମଚଳା ବାଚସ୍ପତି

Published: May 31, 2019, 2:51 pm IST

ବିଜେପିର ଐତିହାସିକ ବିଜୟ ପରେ ଦ୍ବିତୀୟଥର ପାଇଁ ନରେନ୍ଦ୍ର ମୋଦିଙ୍କ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ଗତକାଲି ଏକ ଭବ୍ୟ ଶପଥ ସମାରୋହରେ ମୋଦିଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ତେବେ ମୋଦିଙ୍କର ଦ୍ବିତୀୟ କାର୍ଯ୍ୟକାଳରେ ବହୁ ନେତାଙ୍କୁ ସ୍ଥାନ ମିଳିନି। ଚଳିତଥର ଅରୁଣ୍‌ ଜେଟ୍‌ଲୀ, ସୁଷମା ସ୍ବରାଜ, ମହେଶ ଶର୍ମା, ସୁରେଶ ପ୍ରଭୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା ଓ ମାନେକା ଗାନ୍ଧି ପ୍ରମୁଖଙ୍କୁ। ତେବେ ବିଜେପିର ବରିଷ୍ଠ ନେତ୍ରୀ ମାନେକା ଗାନ୍ଧି ଆଠ ଥର ସାଂସଦ ହୋଇଥିବାବେଳେ ଚଳିତ ଥର ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିପାରନ୍ତି। ଚଳିତ ଥର ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ପୂର୍ବଥର ମାନେକା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ମାନେକା ୧୭ତମ ଲୋକସଭାରେ ଅସ୍ଥାୟୀ ଅଧ୍ୟକ୍ଷ ବା କାମଚଳା ବାଚସ୍ପତି ହେବେ । ମାନେକା ଲୋକସଭାର ନବ ନିର୍ବାଚିତ ସଦସ୍ୟଙ୍କ ଶପଥ କରାଇବେ। ଏହାପରେ ଲୋକସଭା ଅଧ୍ୟକ୍ଷର ନିର୍ବାଚନ କରାଯିବ।

Related posts