କଏଦୀଙ୍କୁ ଭେଟିବା ଅନୁମତି ଉପରେ ସମ୍ପୂର୍ଣ୍ଣ ରିପୋର୍ଟ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

Published: May 31, 2019, 3:39 pm IST

ଜେଲ୍‌ରେ ରହିଥିବା କଏଦୀମାନେ ସେମାନଙ୍କ ପରିବାରକୁ ଭେଟିବାରେ ଅକ୍ଷମ ହେବା ପରେ ଏନେଇ ରିପୋର୍ଟ ତଲବ କରିଛନ୍ତି ଦିଲ୍ଲୀ ହାଇ କୋର୍ଟ। ସାମାଜିକ କର୍ମୀ ଅମିତ ଶାହଣୀଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ଯାଚିକାର ବିଚାର କରି ଉଚ୍ଚ ନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ଜଷ୍ଟିସ୍‌ ବ୍ରିଜେଶ୍‌ ସେଠୀଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଏନେଇ ଦିଲ୍ଲୀ ସରକାର ଏବଂ ଜେଲ ବିଭାଗର ଡିଜିପିଙ୍କୁ ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ।

Related posts