ରାକେଶ ଆସ୍ଥାନ ଲାଞ୍ଚ ମାମଲା : ଚୂଡ଼ାନ୍ତ ରିପୋର୍ଟ ପାଇଁ ସିବିଆଇକୁ ମିଳିଲା ଆଉ ଚାରି ମାସ ସମୟ

Published: May 31, 2019, 3:32 pm IST

ଦିଲ୍ଲୀର ଉଚ୍ଚ ନ୍ୟାୟଳୟ ଶୁକ୍ରବାର ଦିନ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଲାଞ୍ଚ ମାମଲାର ଯାଞ୍ଚ ପାଇଁ ସିବିଆଇକୁ ଆଉ ଚାରିମାସ ସମୟ ଦେଇଛନ୍ତି। ଜାନୁଆରୀରେ ଅଦାଲତ ସିବିଆଇକୁ ୧୦ ସପ୍ତାହ ଭିତରେ ଏହି ମାମଲାର ଯାଞ୍ଚ ପୂରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ଉପରେ ଥିବା ଲାଞ୍ଚ ଅଭିଯୋଗ ମାମଲାର ଯାଞ୍ଚ ତଥା ଚୂଡ଼ାନ୍ତ ରିପୋର୍ଟ ପାଇଁ ସିବିଆଇ ଅଧିକ ସମୟ କୋର୍ଟକୁ ମାଗିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ଅଦାଲତ ଆସ୍ଥାନା, କୁମାର ଓ ମନୋଜ କୁମାର ପ୍ରସାଦଙ୍କ ଜବରଦସ୍ତ ଆଦାୟ ତଥା ସତୀଶ ବାବୁ ସନାଙ୍କୁ ଧମକ ଦେବା ଅଭିଯୋଗକୁ ରଦ୍ଦ ଯାଚିକାକୁ ଖାରଜ କରିଦେଇଥିଲେ।

Related posts