
ନୂଆଦିଲ୍ଲୀ: ବୀମା ଦୁର୍ନୀତି ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ ତତ୍କାଳୀନ ସହାୟକକାରୀଙ୍କ ଘରେ ସିବିଆଇ ଚଢାଉ କରୁଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବୀମା ଦୁର୍ନୀତି ମାମଲାରେ ଜମ୍ମୁ-କାଶ୍ମୀର ଏବଂ ଦିଲ୍ଲୀର ନଅଟି ସ୍ଥାନରେ ଏହି ଚଢାଉ କରାଯାଉଛି।
ଦିଲ୍ଲୀର ନାଙ୍ଗଲୋଇରେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପିଏସ କଂୱର ରାଣାଙ୍କ ଘରେ ସିବିଆଇ ଚଢାଉ କରୁଛି। ସତ୍ୟପାଲ ମଲିକଙ୍କ ପୂର୍ବତନ ପ୍ରେସ ପରାମର୍ଶଦାତା ସୁନଲ ବାଲିଙ୍କ ଡିଫେନ୍ସ କଲୋନୀ ଘରେ ମଧ୍ୟ ଚଢାଉ କରାଯାଇଛି।