ଜାମିନ ପାଇଁ ୟୁକେ କୋର୍ଟଙ୍କ ଦ୍ବାରସ୍ଥ ହେଲେ ନୀରବ ମୋଦି

Published: May 31, 2019, 4:13 pm IST

ଭାରତୀୟ ପଳାତକ ଗହଣା ବ୍ୟବସାୟୀ ନୀରବ ମୋଦି ଜାମିନ ଆବେଦନ ପାଇଁ ୟୁକେର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବିଭିନ୍ନ ଭାରତୀୟ ବ୍ୟାଙ୍କରୁ ୧୩୦୦ କୋଟିର ଅର୍ଥ ନେଇ ବିଦେଶ ପଳାୟନ କରିଥିଲେ ମୋଦି। ଗତକାଲି ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଆଜି ପୁନର୍ବାର ଏନେଇ ଆବେଦନ କରିଛନ୍ତି। ନୀରବ ମୋଦିଙ୍କ ମାମଲାର ଶୁଣାଣି ଆସନ୍ତା ଜୁନ୍‌ ୧୧ ତାରିଖରେ ହେବାକୁ ଯାଉଛି। ଗୁରୁବାର ୟୁକେର ଏକ କୋର୍ଟ ମୋଦିଙ୍କ ଜାମିନ ଆବେଦନ ଖାରଜ କରିବା ସହିତ ଜୁନ୍‌ ୨୭ ପର୍ଯ୍ୟନ୍ତ ରିମାଣ୍ଡରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଭାରତ ସରକାରଙ୍କୁ ୧୪ ଦିନ ମଧ୍ୟରେ ପ୍ରତ୍ୟର୍ପଣ ହେବାକୁ ଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related posts