
ଖୋର୍ଦ୍ଧା: ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ରାଜ୍ୟରେ ପାସ ହାର ଶତକଡା ୯୬.୪୦ ପ୍ରତିଶତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ଶତକଡା ୯୭.୪୮ରହିଥିବା ଜଣାପଡିଛି। ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୩୩୩ ଗୋଟି ହାଇସ୍କୁଲରେ ୨୬୩୮୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ଫର୍ମ ଫିଲଅପ କରିଥିବା ବେଳେ ୩୦୨ ଜଣ ଅନୁପସ୍ଥିତ ଥିଲେ।
ସେହିପରି ଭାବେ ଜିଲ୍ଲାରେ ମାଲ ପ୍ରାକ୍ଟିସରେ ୯ ଜଣ ପରୀକ୍ଷାର୍ଥୀ ବୁକ ହୋଇଥିବା ବେଳେ ଏ-୧ ଗ୍ରେଡ଼ରେ ୨୮୮, ଏ-୨ ଗ୍ରେଡ଼ରେ ୧୪୬୨ , ବି-୧ ଗ୍ରେଡ଼ରେ ୩୩୯୯ ଏବଂ ବି-୨ ଗ୍ରେଡ଼ରେ ୫୬୦୦ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି।
ତେବେ ଖୋର୍ଦ୍ଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସମୁଦାୟ ୧୩୧୮୪ ଜଣ ଛାତ୍ର ଏବଂ ୧୨୫୩୦ ଜଣ ଛାତ୍ରୀ ପାସ ହୋଇଥିବା ଜଣାପଡିଛି।
Tags: ଖୋର୍ଦ୍ଧା ଜିଲ୍ଲା, ପରୀକ୍ଷାର୍ଥୀ