ଲୋକସଭା ନିର୍ବାଚନରେ ବିଜେପିର ଅଦ୍ଭୁଦପୂର୍ବ ସଫଳତା ପରେ ପ୍ରାୟ ସମସ୍ତ ଆଞ୍ଚଳିକ ଦଳକୁ ଝଟ୍କା ଲାଗିଛି। ସବୁଠୁ ବେଶୀ ଚିନ୍ତିତ ଅଛନ୍ତି ପଶ୍ଚିମବଙ୍ଗର ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ତେବେ ମମତା ବାନାର୍ଜୀ ଏବେ ‘ଜୟଶ୍ରୀରାମ’ ନାରାରେ ଉତ୍କ୍ଷିପ୍ତ ହୋଇପଡିଛନ୍ତି। ପଶ୍ଚିମବଙ୍ଗରେ ‘ଜୟଶ୍ରୀରାମ’ ନାରାଧାରୀଙ୍କ ମଧ୍ୟରୁ ୧୦ଜଣଙ୍କୁ ପୋଲିସ୍ ଗିରଫ କରିଛି। ଗୁରୁବାର ଦିନ ମମତା ବାନାର୍ଜୀ ନିଜ ଗାଡ଼ିରେ ୨୪ ପ୍ରଗଣା ଯାଉଥିବାବେଳେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଇଥିଲେ। ଏହା ପରେ ମମତା ବାନାର୍ଜୀ ଗାଡ଼ି ଅଟକାଇ ଉପସ୍ଥିତ ଲୋକଙ୍କୁ ଗାଳି ଗୁଲଜ କରିଥିଲେ। ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରିବୁଲୁଥିଲା। ମମତା ବାନାର୍ଜୀ ଏହାକୁ ରାଜନୈତିକ ନାରାର ଆଖ୍ୟା ଦେଇଛନ୍ତି। ଯେଉଁମାନେ ଏହି ନାରା ଦେଉଛନ୍ତି ସେମାନେ ସ୍ଥାନୀୟ ଲୋକ ନୁହଁନ୍ତି ବରଂ ତାଙ୍କୁ ବିଜେପି ଏଠାକୁ ପଠାଇଛି ବୋଲି ଦିଦି କହିଛନ୍ତି। ଏହା ଗୁଜୁରାଟ ନୁହେଁ ପଶ୍ଚିମ ବଙ୍ଗ। ଯେଉଁମାନେ ଏହି ନାରା ଦେଉଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
ଦିଦିଙ୍କ ଗୁଣ୍ଡାରାଜ : ‘ଶ୍ରୀରାମ’ ନାରା ଲଗାଇବା ଅଭିଯୋଗରେ ୧୦ ଗିରଫ
Published:
May 31, 2019, 4:53 pm IST
Tags: