ଫସିଲେ ପର୍ଯ୍ୟଟକ: ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଅବରୋଧ ହେବା ପରେ ସିକ୍କିମରେ ଫସି ରହିଥିବା ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ 400 ପର୍ଯ୍ୟଟକଙ୍କୁ ସେନାବାହିନୀ ଉଦ୍ଧାର କରିଛନ୍ତି। ପ୍ରତିରକ୍ଷା ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି।
ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟ କୋଲ ମହେନ୍ଦ୍ର ରାୱତ କହିଛନ୍ତି ଯେ ମାଙ୍ଗାନ ଜିଲ୍ଲାର ଲାଚେନ, ଲାଚୁଙ୍ଗ ଏବଂ ଚୁଙ୍ଗଥାଙ୍ଗରେ ଶୁକ୍ରବାର ଦିନ ପ୍ରବଳ ବର୍ଷା ହୋଇଥିଲା।ଏହାଦ୍ବାରା ସେଠାରେ ମାତି ଅତଡା ଖସିବା ସହିତ ରାସ୍ତା ଅବରୋଧ ହୋଇଥିଲା। ଯାହାଫଳରେ ଲାଚଙ୍ଗ ଏବଂ ଲାଚେନ୍ ଉପତ୍ୟକା ପରିଦର୍ଶନ କରୁଥିବା ପ୍ରାୟ 400 ପର୍ଯ୍ୟଟକ ଫସିଯାଇଥିଲେ।
ସେ କହିଛନ୍ତି ଯେ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଚୁଙ୍ଗଥାଙ୍ଗଙ୍କ ଅନୁରୋଧ କ୍ରମେ ସେନାର ତ୍ରିଶକ୍ତି କର୍ପସ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଟକି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। 113 ମହିଳା ଏବଂ 54 ଶିଶୁଙ୍କ ସମେତ ଅସ୍ତବ୍ୟସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ତିନୋଟି ଭିନ୍ନ ସେନା ଶିବିରକୁ ନିଆଯାଇଥିଲା ଏବଂ ସେମାନଙ୍କୁ ଗରମ ଖାଦ୍ୟ ଏବଂ ଉଷୁମ ପୋଷାକ ଯୋଗାଇ ଦିଆଯାଇଥିଲା।
ପର୍ଯ୍ୟଟକଙ୍କ ରହିବା ଏବଂ ରାତ୍ରିଯାପନ ପାଇଁ ସୈନିକମାନେ ସେମାନଙ୍କ ବ୍ୟାରେକ ଖାଲି କରିଥିଲେ। ଲେଫ୍ଟ କୋଲ ରାୱତ କହିଛନ୍ତି ଯେ ତିନୋଟି ଡାକ୍ତରୀ ଦଳ ଗଠନ କରାଯାଇଥିଲା ଯାହା ସମସ୍ତ ପର୍ଯ୍ୟଟକଙ୍କୁ ପରୀକ୍ଷା କରିଥିଲା। ସେନା ମେଡିକାଲ ଦଳ ଦ୍ୱାରା ପ୍ରାରମ୍ଭିକ ଡାକ୍ତରୀ ପରୀକ୍ଷା ଦ୍ୱାରା ସମସ୍ତ ପର୍ଯ୍ୟଟକଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।