ଆଜି ମୋଦି କ୍ୟାବିନେଟ୍ର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ଗତକାଲି ମୋଦି ଦ୍ବିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଜି କ୍ୟାବିନେଟ୍ ବୈଠକ କରାଯାଇଛି। ମୋଦିଙ୍କ ସହ ୫୭ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଆଜି ପ୍ରତ୍ୟେକ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ଆବଣ୍ଟନ କରାଯାଇଥିଲା। ସମସ୍ତ ମନ୍ତ୍ରୀମାନେ ନିଜ ନିଜ ଦାୟିତ୍ବକୁ ସମ୍ଭାଳିଥିବାବେଳେ ଆଜି ସନ୍ଧ୍ୟା ୫ ଘଟିକାର ସମୟରେ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ସରକାରରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଛନ୍ତି। ମୋଦି ସରକାର ପିଏମ୍ ଛାତ୍ରବୃତ୍ତିରେ ପରିବତ୍ତର୍ନ କରିଛନ୍ତି। ଶହୀଦଙ୍କ ପିଲାଙ୍କ ପାଇଁ କରାଯାଇଥିବା ଛାତ୍ରବୃତ୍ତି ଯୋଜନାରେ ପୁଅଙ୍କ ପାଇଁ ୨୦୦୦ରୁ ୨୫୦୦ ଓ ଝିଅଙ୍କ ପାଇଁ ୨୨୫୦ରୁ ୩୦୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ସେନା, ଅର୍ଦ୍ଧ ସାମରିକ ସହ ରାଜ୍ୟ ପୁଲିସ୍ଙ୍କ ପରିବାରର ପିଲାମାନଙ୍କୁ ଫାଇଦା ମିଳିବ ।
Tags: