ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ ଅଛି କି? ଜାଣନ୍ତୁ କେମିତି କରିବେ ବଦଳ

Published: May 22, 2023, 11:23 am IST

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ବ୍ୟାଙ୍କ ଏସବିଆଇ ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ସର୍କୁଲାର ଜାରୀ କରିଛି। ଏହି ସର୍କୁଲାର ଅନୁସାରେ ଜଣେ ବ୍ୟକ୍ତି ଏସବିଆଇର ଯେ କୌଣସି ଶାଖାରେ ସେ ସିଧା ୨୦୦୦ ଟଙ୍କିଆ ନୋଟ ପ୍ରଦାନ କରି ଅନ୍ୟ ନୋଟ ବଦଳ ନେଇପାରିବ।

ଏଥିସହିତ ଗ୍ରାହକ ୨୦୦୦ ଟଙ୍କିଆ ନୋଟକୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ସ୍ଲିପରେ ପରିବର୍ତ୍ତନ କରିପାରିବ। ଲୋକମାନେ ସ୍ଲିପ୍ ପୂରଣ ନକରି ଗୋଟିଏ ଥରରେ ୧୦ ଟି ନୋଟ୍ ବଦଳ କରିବାକୁ ବ୍ୟାଙ୍କ ଅନୁମତି ଦେବ।

ଏଥିସହ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ବିନିମୟ ସମୟରେ ଲୋକଙ୍କୁ ପରିଚୟ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ। ସର୍କୁଲାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିନିମୟ ସମୟରେ  କୈଣସି ପରିଚୟ ପ୍ରମାଣ ଦାଖଲ କରାଯିବା ଆବଶ୍ୟକ ନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦେଶରୁ ୨୦୦୦ ଟଙ୍କା ନୋଟ ପ୍ରଚଳନକୁ ପ୍ରତ୍ୟାହାର କରିବ। ତେବେ ସାଧାରଣ ଲୋକମାନେ ଏହି ଟଙ୍କାକୁ ସେପ୍ଟେମ୍ବର ୩୦ ପଯ୍ୟନ୍ତ ବ୍ୟାଙ୍କରେ ଜମା କିମ୍ବା ବିନିମୟ କରିପାରିବେ।

Related posts